ETV Bharat / bharat

ଜେଲରେ କ୍ରେଜିୱାଲଙ୍କୁ ହତ୍ୟା ଷଡଯନ୍ତ୍ର ! - Kejriwal Diabetics politics

author img

By ETV Bharat Odisha Team

Published : Apr 20, 2024, 9:18 PM IST

Kejriwal Diabetics politics
Kejriwal Diabetics politics

Kejriwal Diabetics politics: ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଡାଇବେଟିସ ଓ ଇନସୁଲିନକୁ ନେଇ ରାଜନୀତି ଜୋର ଧରିଛି । ଜେଲରେ ବିଜେପି ନିର୍ଦ୍ଦେଶରେ କେଜ୍ରିଓ୍ୱାଲଙ୍କୁ ହତ୍ୟା ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଆପ ନେତା ଆତିଶି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ବିଜେପି ନିର୍ଦ୍ଦେଶରେ ଏଭଳି କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ । କେଜ୍ରିଓ୍ୱାଲଙ୍କ ଡାଇବେଟିସ ଓ ଇନସୁଲିନ ନେବାକୁ ନେଇ ରାଜନୀତି ଜୋର ଧରିଛି । ଜେଲରେ ତାଙ୍କୁ ଇନସୁଲିନ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଆମ ଆଦମୀ ପାର୍ଟି ନେତାମାନେ । ଏପରିକି ସେଠାରେ ତାଙ୍କୁ ମାରିବାକୁ ଉଦ୍ୟମ କରାଯାଉଥିବା ନେଇ ଅଭିଯୋଗ ଅଣାଯାଇଛି । ସେପଟେ ଜେଲ ପ୍ରଶାସନ ଏହାର ଉତ୍ତର ରଖିଛନ୍ତି । ଜେଲରେ କେଜ୍ରିଓ୍ୱାଲ ନିଜେ ମିଠା ଫଳ ତଥା ଆମ୍ବ ଖାଇ ନିଜର ବ୍ଲଡ ସୁଗାର ସ୍ତର ବଢାଉଛନ୍ତି ବୋଲି ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତା ଆତିଶୀ କହିଛନ୍ତି, "ତିହାର ଜେଲର ରିପୋର୍ଟରେ ବିଜେପିର ଷଡଯନ୍ତ୍ର ଦର୍ଶାଯାଇଛି । କୌଣସି ଡାକ୍ତର କହିବେ ଯେ ରକ୍ତରେ ଶର୍କରାସ୍ତର 300 ବିପଜ୍ଜନକ ଅଟେ । ବିଜେପିର ନିର୍ଦ୍ଦେଶରେ ଜେଲ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହତ୍ୟା ଷଡଯନ୍ତ୍ର ରଚାଯାଇଛି । ସେ ଆଉ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କେଜ୍ରିୱାଲଙ୍କୁ ଇନସୁଲିନ ଦେବାରେ ଜେଲ ପ୍ରଶାସନ ପାଇଁ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଆତିଶୀ । କେଜ୍ରିଓ୍ୱାଲ ଗତ 12 ଧରି ଇନସୁଲିନ ନେଉଥିଲେ । ସେ ଜେଲ ଯିବା ପୂର୍ବରୁ ପ୍ରତିଦିନ 50 ୟୁନିଟ ଇନସୁଲିନ ନେଉଥିଲେ ।

ଏହାମଧ୍ୟ ପଢନ୍ତୁ.. ଜେଲରେ କ୍ରେଜିୱାଲଙ୍କୁ ଭେଟିପାରିବେନି ସଞ୍ଜୟ-ଭଗବନ୍ତ, ଶେଷ ମୁହୂର୍ତ୍ତରେ ଝଟ୍‌କା - Arvind Kejriwal In Jail

ତିହାର ଜେଲ ପ୍ରଶାସନ ପକ୍ଷରୁ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁଯାୟୀ, ଡାଇବେଟିସ କଣ୍ଟ୍ରୋଲ ପାଇଁ କେଜ୍ରିଓ୍ୱାଲ ଇନସୁଲିନ ନେଉଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ଗିରଫ ହେବାର କିଛି ଦିନ ପୂର୍ବରୁ ସେ ଇନସୁଲିନ ନେଉନଥିଲେ । ଗିରଫ ହେବା ସମୟରେ ସେ କେବଳ କିଛି ଆଣ୍ଟି ଡାଇବେଟିସ ମେଡିସିନ ଖାଉଥିଲେ । ତିହାର ଜେଲରେ ତାଙ୍କର ମେଡିକାଲ ଯାଞ୍ଚ ସମୟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଡାକ୍ତରଙ୍କୁ କହିଥିଲେ ଯେ, ସେ ଗତ କିଛି ବର୍ଷ ଧରି ଇନସୁଲିନ ନେଉଥିଲେ କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ମାସ ହେଲା ସେ ଇନସୁଲିନ ନେଉନଥିଲେ ।

ରିପୋର୍ଟରେ ଆଉମଧ୍ୟ ଦର୍ଶାଯାଇଛି ଯେ, ମେଡିକାଲ ବିଶେଷଜ୍ଞ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ କେଜ୍ରିଓ୍ୱାଲଙ୍କ ବ୍ଲଡ ସୁଗାର ସ୍ତର କିଛି ବିପଦଜନକ ନଥିବା ନେଇ ଦର୍ଶାଇଛନ୍ତି । କେଜ୍ରିଓ୍ୱାଲଙ୍କ ସୁଗାର ଡାଏଟ ପ୍ଲାନ ଅନୁଯାୟୀ ତାଙ୍କୁ ଖାଦ୍ୟ ଦିଆଯାଉଥିବା ରିପୋର୍ଟରେ କୁହାଯାଇଛି ।"

ସୂଚନାଯୋଗ୍ୟ, ମାର୍ଚ୍ଚ 21ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଲ ଜେଲରେ କଏଦୀ ଜୀବନ କାଟୁଛନ୍ତି କେଜ୍ରିଓ୍ୱାଲ । ଜେଲରେ ରହି ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.