ETV Bharat / bharat

ସୁସ୍ଥ ଅଛନ୍ତି କେଜ୍ରିୱାଲ; ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କଲା ଏମ୍ସର ସ୍ବତନ୍ତ୍ର ଡାକ୍ତରୀ ଟିମ - Arvind Kejriwal Health Update

author img

By ETV Bharat Odisha Team

Published : Apr 27, 2024, 4:30 PM IST

Updated : Apr 27, 2024, 6:38 PM IST

Arvind Kejriwal Health Update
Arvind Kejriwal Health Update

Arvind Kejriwal Health Update: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗ । ଏମ୍ସ ମେଡିକାଲ ଟିମ କଲା ଚେକ୍‌ଅପ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ସୁସ୍ଥ ଅଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏମ୍ସ ମେଡିକାଲ ବୋର୍ଡ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଏହାସହିତ 2 ୟୁନିଟ ଇନସୁଲିନ ନେବାକୁ ମଧ୍ୟ ଏହି ସ୍ବତନ୍ତ୍ର ଡାକ୍ତରୀ ଟିମ ପରାମର୍ଶ ଦେଇଛନ୍ତି । କେଜ୍ରିୱାଲଙ୍କ ଶରୀରର ସୁଗାର ମାତ୍ରା ବୃଦ୍ଧି ପାଉଥିବାରୁ ଏକ ସ୍ବତନ୍ତ ଡାକ୍ତରୀ ଟିମ ସହ ପ୍ରତିଦିନ 15 ମିନିଟ ଭିଡିଓ କନଫରେନ୍ସିଂ ଜରିଆରେ ପରାମର୍ଶ ନେବାକୁ କେଜ୍ରିୱାଲଙ୍କ ପକ୍ଷରୁ ଆବେଦନ ହୋଇଥିଲା । ଏହି ଆବେଦନ ଉପରେ ପୂର୍ବରୁ ରାଉଜ ଆଭେନ୍ୟୁ କୋର୍ଟ ଶୁଣାଣି କରି ଏହାକୁ ଖାରଜ କରିବା ସହ ଏମ୍ସକୁ ମେଡିକାଲ ବୋର୍ଡ ପଠାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମଧ୍ୟ ଏମ୍ସର 5 ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ପଚାରି ବୁଝିଥିଲେ । ଏହି କନଫରେନ୍ସରେ ତିହାର ଜେଲର ମଧ୍ୟ 2 ଜଣ ଡାକ୍ତର ଉପସ୍ଥିତ ଥିଲେ । ପ୍ରାୟ 4 ଘଣ୍ଟା ଧରି ଭିଡିଓ କନଫରେନ୍ସ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଏହାପରେ ଏମ୍ସ ଡାକ୍ତରୀ ଟିମ କେଜ୍ରିୱାଲଙ୍କ ପୂର୍ବରୁ ଦିଆଯାଇଥିବା ଔଷଧ ଖାଇବା ଜାରି ରଖିବାକୁ କହିଥିଲେ । ଏହାସହିତ ଜେଲରେ 2 ୟୁନିଟ ଇନସୁଲିନ ନେବାକୁ ମଧ୍ୟ କହିଥିଲେ ।

ଏହା ବି ପଢନ୍ତୁ- ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍

ଚଳିତ ସପ୍ତାହରେ କେଜ୍ରିୱାଲଙ୍କ ସୁଗାର ମାତ୍ରା ପ୍ରାୟ 320 ଛୁଇଁବା ପରେ ତାଙ୍କୁ ତିହାର ଜେଲରେ ଇନସୁଲିନ ଦିଆଯାଇଥିଲା । କେଜ୍ରିୱାଲ ଟାଇପ-2 ମଧୁମେହ ରୋଗରେ ପୀଡ଼ିତ । ସେ ଯେତେବେଳେ ସ୍ବତନ୍ତ୍ର ଡାକ୍ତରୀ ଟିମ ସହ ପରାମର୍ଶ ନେଇ ଆବେଦନ କରିଥିଲେ, ସେତେବେଳେ ଇଡି ଅଭିଯୋଗ କରିଥିଲା ୟେ ଜାମିନ ନେବା ଲାଗି କେଜ୍ରିୱାଲ ଜାଣିଶୁଣି ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି । ଏହାକୁ ତାଙ୍କ ଘରୁ ଯୋଗାଇ ଦିଆଯାଉଛି । ଏହାପରେ କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ ଡାଏଟ ଚାର୍ଟରେ ଆଳୁ, ଆମ୍ବ, ଆଳୁ ପୁରୀ ଖାଇବାକୁ ପରାମର୍ଶ ନଥିବା ବେଳେ ଘରୁ କ୍ରମାଗତ ଭାବେ ତାଙ୍କୁ ଏହି ଖାଇବା ଦିଆଯାଉଥିଲା । ଏହାପରେ କେଜ୍ରିୱାଲଙ୍କ ସୁଗାର ମାତ୍ରା ବଢିଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- ବଢୁଛି କେଜ୍ରିୱାଲଙ୍କ ସୁଗାର ଲେଭଲ, ପ୍ରତିଦିନ ଡାକ୍ତର ପରାମର୍ଶ ନେଇ ମନାକଲେ କୋର୍ଟ

ଏହାପରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଅଗ୍ରୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କ ସୁଗାର ଲେଭଲ ବଢିବା ପରେ ମଧ୍ୟ ତାଙ୍କୁ ଇନସୁଲିନ ଦିଆଯାଉନାହିଁ । ଜେଲରେ ତାଙ୍କ ସ୍ବାମୀଙ୍କୁ ମୋଦି ସରକାର ହତ୍ୟା କରିବାକୁ ଯୋଜନା କରୁଥିବା ମଧ୍ୟ ସୁନୀତା ଅଭିଯୋଗ କରିଥଲେ । ଏହାପରେ କିଛି ଆପ୍‌ କର୍ମୀ ଓ ନେତା ତିହାର ଜେଲ ବାହାରେ 'କେଜ୍ରିୱାଲଙ୍କୁ ଇନସୁଲିନ ଦିଅ' ବୋଲି ଦାବି ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 27, 2024, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.