ଓଡିଶା

odisha

ନଦୀରେ ଭାସିଗଲେ ବାପ, ପୁଅ: ଖୋଜୁଛି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍

By

Published : Sep 15, 2021, 7:22 PM IST

ଯାଜପୁର: ବନ୍ୟା ଜଳରେ ଭାସି ଯାଇ ନିଖୋଜ ହେଲେ ବାପ ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ବରୀ ବ୍ଲକ ଅଧିନ ବାଲିଆ ଗଙ୍ଗାଧରପୁର ଅଞ୍ଚଳରେ । ତେବେ ନଦୀରେ ବାପା କିଶୋର ଚନ୍ଦ୍ର ସିଂ ପୁଅ କୈଳାସ ସିଂଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଦ୍ବାରା ବହୁ ଖୋଜାଖୋଜି ପରେ ମଧ୍ୟ ଏବେବି ନିଖୋଜ ଥିବା ନେଇ ସୂଚନା ମିଳିଛି । ସୂଚନାନୁସାରେ ଗାଈ ଆଣିବାକୁ ପାଟକୁ ଯାଇଥିବା ବ୍ରାହ୍ମଣୀ ନଦୀରେ ଘଟିଛି ଏଭଳି ଅଘଟଣ । ତେବେ ବର୍ତ୍ତମାନ ସୁଦ୍ଧା ନଦୀରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details