ଓଡିଶା

odisha

ଦବିଲା 49 ନଂ ଜାତୀୟ ରାଜପଥ ପୋଲ, ଯାନବାହନ ଚଳାଚଳ ବାଧାପ୍ରାପ୍ତ

By

Published : Sep 17, 2021, 2:46 PM IST

କେନ୍ଦୁଝର: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜାତୀୟ ରାଜପଥ ୪୯ର ବମ୍ବେ କୋଲକାତା ରାସ୍ତାରେ ଥିବା ଶଙ୍କରପୁର ଅରଡେଇ ନଦୀ ପୋଲରେ ବିଶାଳ ଗର୍ତ୍ତ ଦେଖିବାକୁ ମିଳିଛି । ଏହି ଗର୍ତ୍ତ ଧୀରେ ଧୀରେ ବଢିବାକୁ ଲାଗିଛି । ଉଭୟ ପଟରେ ବହୁ ଭାରି ଯାନବାହନ ଛିଡା ହୋଇ ରହିଛନ୍ତି । ଆଜି(ଶୁକ୍ରବାର) ବିଶ୍ଵକର୍ମା ପୂଜା ଥିବାରୁ ଉକ୍ତ ରାସ୍ତାରେ ଭିଡ଼ ବୃଦ୍ଧି ପାଉଛି । ପୋଲଟି ବହୁ ପୁରୁଣା ହୋଇଥିବା ବେଳେ ଏହା ଉପରେ ପ୍ରତିଦିନ ହଜାର ହଜାର ଗାଡି଼ ଚଳାଚଳ କରିଥାନ୍ତି । ଏହି ପୋଲର ମରାମତି ସହ ନୂତନ ପୋଲ ଦାବି ହେଉଥିବା ବେଳେ ଆଜି ପୋଲ ଦବିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିବା ଜଣାପଡି଼ଛି । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details