ଓଡିଶା

odisha

ବନ୍ୟା ଜଳରେ ଭାସିଗଲେ 2 ମହିଳା, 6ଘଣ୍ଟା ପରେ ଉଦ୍ଧାର

By ETV Bharat Odisha Team

Published : Sep 12, 2023, 5:23 PM IST

ବନ୍ୟା ଜଳରେ ଭାସିଗଲେ 2 ମହିଳା

ହାଇଦ୍ରାବାଦ: ପ୍ରକୃତିର କରାଳ ରୁପ। ପ୍ରଖର ବନ୍ୟା ସ୍ରୋତରେ ଭାସିଗଲେ ମହିଳା। 6 ଘଣ୍ଟା ବନ୍ୟା ଜଳରେ ଫସି ରହିବା ପରେ ଉଦ୍ଧାର ହେଲେ 2 ମହିଳା। ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ମହବୁବନଗରରେ। 

ସୂଟନା ଅନୁସାରେ, ତେଲେଙ୍ଗାନା  ମହବୁବନଗର ଜିଲ୍ଲା ଚିଲିଭେରୁ ଗାଁର ଦୁଇ ଜଣ ମହିଳା ନୀଲମ୍ମା(55) ଓ ସୁଗୁନାମ୍ମା (35) ସୋମବାର କୌଣସି କାମରେ କୁର୍‌ନୂଲ ଜିଲ୍ଲାର ଅଭାଞ୍ଚ ଗାଁକୁ ଯାଇଥିଲେ। ତେବେ ସେଠାରୁ ଦିନ 1.00 ସମୟରେ ଫେରିବା ସମୟରେ ବାଟରେ ଥିବା ଦୁନ୍ଦୁଭି ନାଳକୁ ପାର ହୋଇ ଆସୁଥିଲେ। ତେବେ ନାଳ ପାର ହେବା ବେଳେ ହଠାତ ବନ୍ୟାର ଜଳସ୍ତର ବୃଦ୍ଧି ପାଇଥିଲା।  ଫଳରେ ପ୍ରଖର ଜଳ ସ୍ରୋତରେ ମହିଳା ଦୁଇଜଣ ଭାସି ଯାଇଥିଲେ। 

ଏହା ମଧ୍ୟ ପଢ଼ନ୍ତୁ....ମହଙ୍ଗା ପଡିଲା ଦୁଃସାହସ: ବନ୍ୟାଜଳରେ ଭାସିଗଲେ ଯୁବକ, ଦେଖନ୍ତୁ ଭିଡିଓ

ତେବେ ମହିଳା ଦୁଇ ଜଣ ଭାସି ଯିବା ସମୟରେ ଜଳ ସ୍ରୋତ ମଝିରେ ଏକ ଗଛର ଡା଼ଳକୁ ଧରି ରହିଯାଇଥିଲେ। ସେପଟେ ସେମାନଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଏମଆରଓ ରାଗୁ ନାଏକ, ଏସଆଇ ନାଗେଶ୍ବର ନାଇଡ଼ୁ ଏବଂ ସ୍ଥାନୀୟ ପ୍ରତିନିଧି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ଥିବାରୁ ଏନେଇ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ଉଦ୍ଧାରକାରୀ ଦଳ ଆସି ଏକ ବୋଟ ମାଧ୍ୟମରେ ମହିଳା ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ତେବେ 6 ଘଣ୍ଟା ଧରି ପାଣିରେ ରହିଥିବା କାରଣରୁ ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details