ଓଡିଶା

odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରିଭର୍ସ ପେଣ୍ଟିଂ କଲେ ପୁରୀ ଚିତ୍ରଶିଳ୍ପୀ

By ETV Bharat Odisha Team

Published : Jan 17, 2024, 8:47 AM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରିଭର୍ସ ପେଣ୍ଟିଂ

Srimadir parikrama project reverse painting:ପୁରୀ:ରିଭର୍ସ ପେଣ୍ଟର ତଥା ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ପୁରୀର ଆୟୁଷ ମହାପାତ୍ର ପୁଣି ଚର୍ଚ୍ଚାରେ । ଜଗନ୍ନାଥ ପ୍ରେମୀଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଏକ ଐତିହାସିକ ଦିନ ହୋଇଥିବା ବେଳେ ଏହି ଐତିହାସିକ ମୂହୂର୍ତ୍ତର ଚିତ୍ର ଆୟୁଷ କ୍ୟାନଭାସରେ ପ୍ରସ୍ତୁତ କରିଛନ୍ତି । ସେ ପ୍ରାୟ ୯ ମିନିଟ୍ ଭିତରେ ଦୁଇ ହାତରେ ୫ ଫୁଟ୍ କାନଭାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଓଲଟା ପେଣ୍ଟିଂ କରି ସମସ୍ତଙ୍କୁ ଭେଟି ଦେଇଛନ୍ତି । ଏହା ସମସ୍ତଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଆହୁରି ଭକ୍ତିଭାବ ଜାଗ୍ରତ ହେବାର ଆଉ ଏକ ନୂଆ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଏହି ପ୍ରକଳ୍ପ ସମସ୍ତଙ୍କ ପାଇଁ ଖୁସିର ଉତ୍ସ ଏବଂ ଭକ୍ତିଭାବମୟ ହେଉ ଏବଂ ପ୍ରଭୁ ଜଗନ୍ନାଥ ସଂସାରରେ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧିରେ ଭରି ଦିଅନ୍ତୁ ବୋଲି ଚିତ୍ରଶିଳ୍ପୀ ପ୍ରାର୍ଥନା କରିଛନ୍ତି । ତେବେ ଆୟୁଷ ପୂର୍ବରୁ ମଧ୍ୟ ଓଲଟା ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥିଲେ । ତାଙ୍କର ଏହି ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ସେ ସ୍ଥାନ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details