ଓଡିଶା

odisha

ଚୋର ମୁହଁ ଟାଣ, କହୁଛନ୍ତି ସମସ୍ତେ ଥାନାକୁ ଆସୁଛନ୍ତି ମୁଁ ବି ଆସିଛି

By

Published : Jul 30, 2023, 8:44 PM IST

ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ

କଟକ: ଚୋର ମୁହଁ ଟାଣ । କିଛି ଜାଣିନି କିନ୍ତୁ କୁଖ୍ୟାତ ଲୁଟେରା । ପୁଣି ବାଦାମବାଡ଼ି ପୋଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ । ଏକ ଚୋରି ମାମଲାରେ ବାଦାମବାଡ଼ି ପୋଲିସ ତାକୁ ଗିରଫ କରିଛି । ହେମନ୍ତ ନାଁରେ କେବଳ ରାଜ୍ୟରେ 100ରୁ ଊର୍ଦ୍ଧ୍ବ ମାମଲା ରହିଥିବାବେଳେ ବିଭିନ୍ନ ରାଜ୍ୟରେ ମଧ୍ୟ ସେ ବୁଲିବୁଲି ଚୋରି କରିଛି । ତା ନାଁରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ 500ରୁ ଊର୍ଦ୍ଧ୍ବ ମାମଲା ରହିଛି । ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲିବୁଲି ଚୋରି କରିଥାଏ । ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ତେବେ ସେ ପୂର୍ବରୁ ମଧ୍ୟ  ବାଦାମବାଡ଼ି ପୋଲିସ ଦ୍ବାରା ଗିରଫ ହୋଇଛି । ବାଦାମବାଡ଼ି ଅଞ୍ଚଳରେ ଏକ ମେଡ଼ିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । ପଚାରିଲେ କହୁଛନ୍ତି, "ସମସ୍ତେ ଥାନାକୁ ଆସୁଛନ୍ତି ମୁଁ ବି ଆସିଛି । କିଛି କରିନି, ଆଗରୁ କେସ୍‌ ଅଛି ।"

ଇଟିଭି ଭାରତ, କଟକ 

ABOUT THE AUTHOR

...view details