ଓଡିଶା

odisha

ମାଣ୍ଡିଆରୁ ପ୍ରସ୍ତୁତ ୩୦୦ ପ୍ରକାର ଖାଦ୍ୟ, ଦେଖିଲେ ପାଟିକୁ ପାଣି ଆସିଯିବ

By

Published : Jul 25, 2023, 10:23 AM IST

millet food exhibition in balakati nodal school

ଖୋର୍ଦ୍ଧା/ ନିଆଳି: ଦିନେ ମାଣ୍ଡିଆକୁ ଦେଖିଲେ ଲୋକେ ନାକ ଟେକୁଥିଲେ । ଏବେ କିନ୍ତୁ ମାଣ୍ଡିଆ ଖାଦ୍ୟ ଲୋକଙ୍କ ପ୍ରିୟ ହୋଇ ପାରିଛି । ଏଥିରୁ ପ୍ରସ୍ତୁତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଯେତିକି ହିତକର ସେତିକି ସୁଆଦିଆ ମଧ୍ୟ । ମାଣ୍ଡିଆରେ 300 ପ୍ରକାର ବ୍ୟଞ୍ଜନ ପ୍ରଦର୍ଶିତ ହୋଇଛି ରାଜଧାନୀ ଉପକଣ୍ଠ ବାଳକାଟି ନୋଡାଲ ବିଦ୍ୟାଳୟରେ । ଏହି ବ୍ୟଞ୍ଜନ ପ୍ରଦର୍ଶିତ କରିଛନ୍ତି ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ।‌ ବାଲିଅନ୍ତା ବ୍ଲକର ୯୬ଟି ସ୍କୁଲର ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ । ମଣ୍ଡା, କାକରାଠାରୁ ଆରମ୍ଭ କରି ଦହିବରା ପରି 3 ଶହ ପ୍ରକାର ବ୍ୟଞ୍ଜନ ପ୍ରଦର୍ଶିତ କରାଯାଥିଲା । ଯାହା ଦେଖିବାକୁ ଯେତିକି ଆକର୍ଶଣୀୟ ପାଟିକି ସେତିକି ସୁଆଦିଆ ମଧ୍ୟ ।  

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦରେ ମନ କିଣିଲା କୋରାପୁଟ ମାଣ୍ଡିଆ ଚା', ଜଗନ୍ନାଥ ଚିନାରୀଙ୍କ ଷ୍ଟଲରେ ଗ୍ରାହକଙ୍କ ଭିଡ

ପାରମ୍ପରିକ ପଦ୍ଧତିରେ ତିଆରି ହୋଇଥିବା ଇଡିଲ, କାକରା, ମଣ୍ଡା, ଚକୁଳି, ପୋଡପିଠା ସମେତ ଓଡ଼ିଆ ଘରର ସମସ୍ତ ପିଠାପଣା ଏଠାରେ ପ୍ରଦର୍ଶିତ ହୋଇଥିଲା। ମାଣ୍ତିଆରେ ବ୍ୟଞ୍ଜନ ପ୍ରଦର୍ଶିତ କରିଥିବା ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।‌ ଏହି କାର୍ଯ୍ୟକ୍ରମରେ ବିଧାୟକ ଡ. ଅରବିନ୍ଦ ଢାଲି, ବିଇଓ ପ୍ରଜ୍ଞା ପରମିତା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂଯୋଜକ ସୁବାସିନୀ ଦାଶ, ୧୦ଟି ଯାକ କ୍ଲଷ୍ଟରର ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details