ଓଡିଶା

odisha

ମାଡ଼ିଗଲା ବନ୍ୟାଜଳ, ୮୦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

By

Published : Aug 16, 2022, 7:10 PM IST

Updated : Feb 3, 2023, 8:26 PM IST

ନୟାଗଡ଼: ଲଘୁଚାପ ଜନିତ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି (Flood situation in nayagarh) । ଜିଲ୍ଲାର ଗଣିଆ, ଖଣ୍ଡପଡା ଏବଂ ଭାପୁର ବ୍ଳକର 80ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏଥିରେ ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି l ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ 7 ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି l ପ୍ରଶାସନ ପକ୍ଷରୁ 5 ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର କରାଯାଇଛି l ଏଥିସହ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଉଛି l ବନ୍ୟା ପ୍ରଭାବିତ ଲୋକଙ୍କ ଯାତାୟତ ପାଇଁ ବୋଟ ଯୋଗାଇ ଦିଆଯାଇଥିବା ଜଣାପଡିଛି l ନୟାଗଡ଼, ଇଟିଭି ଭାରତ
Last Updated :Feb 3, 2023, 8:26 PM IST

ABOUT THE AUTHOR

...view details