ଓଡିଶା

odisha

Chandrayaan 3: 'ଆସନ୍ତା ୨୩ରେ ଚନ୍ଦ୍ରପୃଷ୍ଠରେ ସମ୍ଭବତଃ ସଫଳ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩'

By

Published : Aug 10, 2023, 9:40 PM IST

ISRO CBPO Director

ସମ୍ବଲପୁର:ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୩୭ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସମ୍ଭବତଃ ସଫଳତାର ସହ ଅବତରଣ କରିପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର ଏନ । ଆଜି ସମ୍ବଲପୁର ବୁର୍ଲା ଭିସୁଟ୍‌ଠାରେ ଅନୁଷ୍ଠିତ ରକେଟ୍ରି ଓ ସ୍ପେସ୍‌ ପ୍ରୋଗ୍ରାମର ସେମିନାରରେ ଯୋଗଦେବା ଅବସରରେ ସେ ଏହି ଆଶାବ୍ୟକ୍ତ କରିଛନ୍ତି । ଚନ୍ଦ୍ରଯାନ-୩ ବର୍ତ୍ତମାନ ସଫଳତାର ସହ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିସାରିଛି ।  ତେବେ ଆଉ ୨ଟି ଫାଇରିଂ ବାକି ଅଛି ।  ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିପାରେ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ସମସ୍ତ ପ୍ରକାର ଟେକ୍ନୋଲୋଜି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚନ୍ଦ୍ରଯାନ-୩ ଉପରେ ନଜର ରଖାଯାଇଛି । ଗତ ଥର ଚନ୍ଦ୍ରଯାନ-୨ ମିଶନର ଦୋଷ ତ୍ରୁଟିକୁ ଆଖି ଆଗରେ ରଖି ବର୍ତ୍ତମାନର ଟେକ୍ନୋଲୋଜିରେ ଅନେକ ସୁଧାର ଓ ଉନ୍ନତିକରଣ ଅଣାଯାଇଛି ବୋଲି ସେ କହିଛନ୍ତି ।  

ଏହା ବି ଦେଖନ୍ତୁ- Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details