ଓଡିଶା

odisha

କଳାହାଣ୍ଡିରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

By

Published : Aug 1, 2023, 7:34 AM IST

heavy rainfall

ଭବାନୀପାଟଣା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା । ବିଶେଷ କରି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଲକର ଗୁଣୁପୁର ଠାରେ  ଥିବା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି । ତେବେ ଗତ ୬ ମାସ ତଳେ ଏହି ସ୍କୁଲକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମରାମତି କାମ କରାଯାଇଥିଲା । ହେଲେ ପ୍ରବଳ ବର୍ଷା ଯୋଗୁଁ ଶ୍ରେଣୀଗୃହ କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡିଛି । ସେପଟେ ରାମପୁରଠାରୁ ତଳ ଝାପି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଆଜି ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।  

ଏହା ମଧ୍ୟ ପଢନ୍ତୁ- ଲଘୁଚାପ ବର୍ଷାରେ ଉବୁଟୁବୁ ପୁରୀ, ବାଇଶି ପାହାଚରେ ଆଣ୍ଠୁଏ ଉଚ୍ଚର ପାଣି

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details