ଲଘୁଚାପ ବର୍ଷାରେ ଉବୁଟୁବୁ ପୁରୀ, ବାଇଶି ପାହାଚରେ ଆଣ୍ଠୁଏ ଉଚ୍ଚର ପାଣି

By

Published : Jul 31, 2023, 10:21 PM IST

thumbnail

ପୁରୀ: ଲଘୁଚାପ ବର୍ଷାରେ ବେହାଲ ପୁରୀ ସହର । ଅସରାଏ ବର୍ଷାରେ ବୁଡ଼ି ଯାଇଛି ରାସ୍ତାଘାଟ । ସନ୍ଧ୍ୟା 5 ଟା 30 ରୁ 7 ଟା 30 ଯାଏ ଦୀର୍ଘ ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ବଡ଼ ଦାଣ୍ଡକୁ ଯାତାୟାତ ଠପ୍ ହୋଇଛି । ଦୀର୍ଘ ସମୟ ଧରି ଡ୍ରେନରେ ଜଳ ନିଷ୍କାସନ ନହେବାରୁ ରାସ୍ତା ଉପରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ବାଇଶି ପାହାଚରେ ପ୍ରବଳ ବେଗରେ ବର୍ଷା ଜଳ ନିଷ୍କାସନ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବାରେ ବାଧା ସୃଷ୍ଟି ହୋଇଛି । ସିଂହଦ୍ବାର ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଫଳରେ ସାଧାରଣ ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ପୁରୀ ସହରର ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଅନେକ ସ୍ଥାନରେ ଡ୍ରେନ ଜାମ ହୋଇ ଯିବାରୁ ଜଳ ନଷ୍କାସନ ହୋଇ ନପାରି ଲୋକଙ୍କ ଘରେ ଡ୍ରେନ ପାଣି ପଶିଇଛି । ସିଦ୍ଧମହାବୀର, ମାଟୋତୋଟା, ସୁଜାତାନଗରରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.