ଓଡିଶା

odisha

ହ୍ରାସ ପାଉଛି ମହାନଦୀ ବନ୍ୟାଜଳ, କମୁନି ଦୁର୍ଦ୍ଦଶା

By

Published : Aug 18, 2022, 8:28 PM IST

Updated : Feb 3, 2023, 8:26 PM IST

ନୟାଗଡ:ମହାନଦୀର ଜଳସ୍ତର ହ୍ରାସ ପାଇଛି । ଏନେଇ ପ୍ରଭାବିତ ହୋଇଛି ନୟାଗଡ ଜିଲ୍ଲା । ମହାନଦୀରେ ବନ୍ୟା ଯୋଗୁଁ ଜିଲ୍ଲାର 3 ଟି ବ୍ଲକ ଖଣ୍ଡପଡ଼ା, ଭାପୁର, ଗଣିଆ ଅଧିକ ପ୍ରଭାବିତ ହୋଇଛି । ଏହି 3 ଟି ବ୍ଲକର ବହୁ ଗାଁ ଏବେବି ଜଳମଗ୍ନ ହୋଇଛି l ସେପଟେ କାଳିଗିରି ବ୍ରିଜ ଉପରେ ଗତ 3ଦିନ ତଳେ 8ରୁ 10ଫୁଟ ପାଣି ପ୍ରବାହିତ ହେଉଥିଲା । ଯାହା ଫଳରେ 3ଟି ବ୍ଲକର ଯୋଗାଯୋଗ ବିଛିନ୍ନ ହେବା ସହିତ ଯାତାୟାତ ଠପ ହୋଇଥିଲା । ବ୍ରିଜ ଉପରେ ବନ୍ୟା ଜଳ କମିଯିବାରୁ ଯାତାୟତ ଏବେ ସ୍ୱାଭାବିକ । କିନ୍ତୁ ବନ୍ୟା ଜଳ ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । କେଉଁଠି ଲୋକଙ୍କୁ ରିଲିଫ ମିଳୁନି ତ ପୁଣି କେଉଁଠି ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ଏନେଇ ଭାପୁର ବ୍ଲକ କରବର ପଞ୍ଚାୟତ ନୂଆସାହି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।
Last Updated :Feb 3, 2023, 8:26 PM IST

ABOUT THE AUTHOR

...view details