ଓଡିଶା

odisha

ଅନୁଗୋଳରେ ଘନ କୁହୁଡିର ଆସ୍ତରଣ, ଜୀବନ ଯାତ୍ରା ପ୍ରଭାବିତ

By ETV Bharat Odisha Team

Published : Jan 2, 2024, 2:20 PM IST

ଅନୁଗୋଳରେ ଘନ କୁହୁଡିର ଆସ୍ତରଣ

Dense fog in Angul: ଅନୁଗୋଳ:ଘନ କୁହୁଡିର ଚାଦର ତଳେ ଅନୁଗୋଳ ଜିଲ୍ଲା । ଶୀତର ମାତ୍ରା ବଢିବା ସହ ଅନୁଗୋଳ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡିର ଘନତା ଏତେ ଅଧିକ ଥିଲା ଯେ 50 ଦୂରରୁ ଦେଖିବା ଅସମ୍ଭବ ହୋଇପଡିଥିଲା । କୁହୁଡି ଯୋଗୁଁ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତାଘାଟରେ ଦୃଶ୍ୟମାନ କମ୍ ରହିଥିବାରୁ ଗାଡିମଟର ଚଳାଚଳରେ ବାଧା ଉପୁଜିଥିଲା । ପିଲାମାନେ ସ୍କୁଲ ଯିବାକୁ ହଇରାଣ ହୋଇଥିଲେ । ତେବେ କୁହୁଡ଼ିର ପ୍ରଭାବରେ କୋବି ଓ ବାଇଗଣ ଭଳି ପନିପରିବା କମ୍ ଫଳୁଥିବାରୁ ଏହାକୁ ନେଇ ଚାଷୀମୁଣ୍ଡରେ ଚିନ୍ତା ପଶିଛି । ଅନ୍ୟପଟେ ଜିଲ୍ଲାରେ ଚଳିତ ବର୍ଷର ଏହା ପ୍ରଥମ କୁହୁଡି ହୋଇଥିବାରୁ କିଛି ଲୋକ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିଥିଲା ।
 

ଏହାମଧ୍ୟ ପଢନ୍ତୁ...ଘନ କୁହୁଡି ବଳୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details