ଓଡିଶା

odisha

ଭାଗବତ ଜନ୍ମ: ମହାନଦୀରେ ଚାପ ଖେଳିଲେ ରାଧାକୃଷ୍ଣ

By ETV Bharat Odisha Team

Published : Sep 30, 2023, 9:27 AM IST

ପୂର୍ଣ୍ଣ ଗର୍ଭା ମହାନଦୀରେ ଚାପ ଖେଳିଲେ ଭାଗବତ ମହାପ୍ରଭୁ

ବୌଦ୍ଧ:ଭାଗବତ ଜନ୍ମ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଶେଷ ଭାବରେ ପୂର୍ଣ୍ଣଗର୍ଭା ମହାନଦୀରେ ନୌକାରେ ଚାପ ଖେଳର ଏକ ସ୍ବତନ୍ତ୍ର ଆକର୍ଷଣ ରହିଥିବାରୁ ଶହ ଶହ ଶ୍ରଦ୍ଧାଳୁ ମହାନଦୀ କୂଳରେ ଏହି ଦିବ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆନନ୍ଦ ଉଲ୍ଲାସର ସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମୋତ୍ସବ ପାଳନ କରାଯାଇଛି । ଓଡ଼ିଶାରେ ଗଙ୍ଗା ଭାବରେ ପରିଚିତ ଚିତ୍ରୋତ୍ପଳା ମହାନଦୀ କୂଳରେ ପବିତ୍ର ଭାଦ୍ରବ ମାସ ପୂର୍ଣ୍ଣିମା ତିଥି ଅବସରରେ ଭାଗବତ ଜନ୍ମ ଶ୍ରଦ୍ଧାର ସହ ପାଳନ କରାଯାଇଥିଲା । ପୌରାଣିକ କଥାବସ୍ତୁ ଅନୁଯାୟୀ, ପ୍ରଭୁ ଶ୍ରୀକୃଷ୍ଣ କଂସ ମହାରାଜଙ୍କ ଚାରି ପୁତ୍ରର ବଧ ପରେ ଏଭଳି ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ବିଭିନ୍ନ ଧାର୍ମିକ ପୀଠରେ ଭାଗବତ ଜନ୍ମୋତ୍ସବ ସହିତ ଚାପଖେଳର ଆୟୋଜନ କରାଯାଇଥିଲା । ତେବେ ଏହି ପାରମ୍ପରିକ ପର୍ବ କାହିଁ କେଉଁ କାଳରୁ ପାଳନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ଦେବୀ ମା ଲଙ୍କେଶ୍ୱରୀଙ୍କ ଆକର୍ଷଣୀୟ ଚାପ ଖେଳ

ଭାଗବତଙ୍କ ଚାପଖେଳ ପାଇଁ ମହାନଦୀ କୂଳରେ ପ୍ରତିଷ୍ଠିତ ଚନ୍ଦ୍ରଚୂଡ ମନ୍ଦିର ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାଛଡା ଆଳତୀ ଘାଟଠାରେ ଠାକୁରଙ୍କ ଚାପଖେଳ ପାଇଁ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ପୂର୍ଣ୍ଣ ଗର୍ଭା ମହାନଦୀରେ ନୌକା ମାଧ୍ୟମରେ ଚାପ ଖେଳ ବେଶ ଚିତ୍ତାକର୍ଷକ ଭାବରେ ପ୍ରଦର୍ଶନ କରାଯାଇଥିବା ବେଳେ ବୌଦ୍ଧର ପୋଡାପୋଡା, କେଉଟସାହି, ନୂଆସାହି, ରାଜନପାଲି ଭଳି ବିଭିନ୍ନ ସ୍ଥାନରେ ଥିବା ଭାଗବତ କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ଚାପ ପ୍ରସ୍ତୁତ କରାଯାଇ ମହାନଦୀରେ ସ୍ବତନ୍ତ୍ର ଘୂର୍ଣ୍ଣୟମାନ ଖେଳ ପ୍ରଦର୍ଶନ କରାଯାଇଥିଲା । ଶେଷରେ ପୋଡାପୋଡାର ଘାଟଠାରେ ସମସ୍ତ ଚାପ ପହଞ୍ଚିବା ପରେ ସ୍ବତନ୍ତ୍ର ବିମାନରେ ଆସିଥିବା ଠାକୁର ନଗର ପରିକ୍ରମା ପରେ ଫେରିଥିଲେ । ସେହିପରି ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଅବସରରେ ମହାନଦୀ କୂଳରେ ଅବସ୍ଥିତ ଆଳତୀ ଘାଟଠାରେ ମହାଆଳତୀର ଆୟୋଜନ କରାଯାଇଥିଲା ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details