ଓଡିଶା

odisha

Watch: ଭାଲୁକୁ ଲାଗିଲା ଭୋକ, ଅମୂଲ ପାର୍ଲରରେ ପଶି ପିଇଲା କ୍ଷୀର

By ETV Bharat Odisha Team

Published : Aug 26, 2023, 11:37 AM IST

ଅମୂଲ ପାର୍ଲରରେ ପଶି କ୍ଷୀର ଆଉ ଦହି ପିଇଲା ଭାଲୁ

ଜୟପୁର:ରାଜସ୍ଥାନ ସିରୋହି ଜିଲ୍ଲାର ହିଲ୍ ଷ୍ଟେସନ ମାଉଣ୍ଟ ଆବୁରେ ଭାଲୁ ଆତଙ୍କ  । ଅମୂଲ ପାର୍ଲରରେ ପଶି କ୍ଷୀର ଓ ଦହି ପିଇଲା ଭାଲୁ ।  ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଘଟଣାଟି ଗତକାଲି(ଶୁକ୍ରବାର) ସକାଳର । ସକାଳ ପ୍ରାୟ ୪ଟା ବେଳେ ଗୋଟିଏ ଭାଲୁ ସଦର ବଜାରରେ ଥିବା ଅମୂଲ ପାର୍ଲରରେ ପଶିଥିଲା । ଦୋକାନ ଫ୍ରିଜରେ ଥିବା କ୍ଷୀର ଓ ଦହି ପ୍ୟାକଟ ସବୁ ନଷ୍ଟ କରି ଦେଇଥିଲା । ସକାଳେ ଦୋକାନ ମାଲିକ ପହଞ୍ଚିବା ପରେ ଘଟଣା ବିଷୟରେ ଜଣାପଡିଥିଲା ।  ପ୍ରକାଶ ଥାଉକି, ଦୁଇ ଦିନ ପୂର୍ବରୁ ମଧ୍ୟ ରାତି 10ଟା ସମୟରେ ଭାଲୁ ବଜାରକୁ ଆସିଥିଲା । ଭାଲୁକୁ ଦେଖି ଲୋକେ ପାଟି କରିବା ଯୋଗୁଁ ସେ ବଜାର ଦେଇ ଜଙ୍ଗଲ ଆଡକୁ ପଳାଇଥିଲା । ତେବେ ଏନେଇ ମାଉଣ୍ଟ ଆବୁ ଅଭୟାରଣ୍ୟର ଡିଏଫଓ ବିଜୟପାଲ କହିଛନ୍ତି ଯେ, ରାତିରେ ଜଙ୍ଗଲ ଚାରିପାଖ ଅନ୍ଧାର ରହୁଥିବା ହେତୁ ଭାଲୁମାନଙ୍କର ଗତିବିଧି ଦେଖିବାକୁ ମିଳୁଛି । ଏନେଇ ରାତିରେ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।

  ଏହା ମଧ୍ୟ ପଢନ୍ତୁ- ମନ୍ଦିରରେ ପଶି ଭୋଗ ଖାଇଲା ଭାଲୁ, ବିଶ୍ରାମ ନେଇ ପରେ ଜଙ୍ଗଲକୁ ଫେରିଗଲା

ABOUT THE AUTHOR

...view details