ଓଡିଶା

odisha

କୋଟିଆରେ ଆନ୍ଧ୍ରର 'ଜଗନ ସୁରକ୍ଷା ଯୋଜନା', ରାଜ୍ୟ ସରକାର ନିଷ୍କ୍ରିୟ କହିଲା ବିଜେପି

By

Published : Jul 21, 2023, 9:47 PM IST

ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଏନେଇ ପ୍ରେସମିଟ୍ କରି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି, "ଆନ୍ଧ୍ରକୁ କୋଟିଆ ଦଖଲ ପାଇଁ ଖୋରାକ ଯୋଗାଉଛି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା। 1936 ମସିହାରୁ କୋଟିଆ ରାଜ୍ୟର ଅବିଚ୍ଛେଦ ଅଙ୍ଗ ଭାବେ ରହି ଆସିଛି। ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଠି ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଲଞ୍ଚ କଲାବେଳେ ଆନ୍ଧ୍ର ଅଧିକାରୀ କୋଟିଆରେ ଅନୁପ୍ରବେଶ କରୁଛନ୍ତି। ଗତକାଲି ମଧ୍ୟ ଦାଦାଗିରି ଦେଖାଇଛି ଆନ୍ଧ୍ର ପ୍ରଶାସନ। ସାଲେରୀର ବିଡିଓ ବୈଠକ କରିବା ସହି 'ଜଗନ ସୁରକ୍ଷା ଯୋଜନା'ରେ କିଟ୍ ବଣ୍ଟନ କଲେ। ଗାଡ଼ି ଲଗାଇ ଲୋକ ବୁହାଇଲେ। ହେଲେ ଓଡ଼ିଶା ସରକାର ଓ ପ୍ରଶାସନ ଏବଂ ପୋଲିସ ନୀରବଦ୍ରଷ୍ଟା ସାଜିଲେ। କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ।" 

ଏହା ମଧ୍ୟ ପଢନ୍ତୁ...Kotia Issue: କୋଟିଆର ଓଡ଼ିଶା ପିନକୋଡ ପ୍ରମାଣ ପରେ ଆନ୍ଧ୍ର ନେତା ଛାନିଆ

ସେ ଆହୁରି ମଧ୍ୟ କହିଛନ୍ତି, "ଆନ୍ଧ୍ର ସରକାର ସବୁ ଗାଁରେ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ସେମାନେ ଆନ୍ଧ୍ର ସରକାରଙ୍କ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରୁଛନ୍ତି। ତେଣୁ ରାଜ୍ୟ ସରକାର ଏଜେଣ୍ଟ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କୋଟିଆରେ ଆନ୍ଧ୍ରର 3 ପଞ୍ଚାୟତ କରିଥିବାବେଳେ ଆମର ମାତ୍ର ଗୋଟିଏ ପଞ୍ଚାୟତ। ତେଣୁ 4 ଟି ପଞ୍ଚାୟତରେ ବିଭକ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖନ୍ତୁ ସରକାର।" ଏହାସହ ବିଜେପି ଅଭିଯୋଗ କରିଛି, "ସେଠି ସ୍ଵାସ୍ଥ୍ୟ ସେବା ନାହିଁ ଏବଂ ଆମ୍ବୁଲାନ୍ସ ଡାକିଲେ ଆନ୍ଧ୍ର ସରକାରଙ୍କ ଆମ୍ବୁଲାନ୍ସ ପହଞ୍ଚୁଛି। ରାଜ୍ୟ ସରକାର ଖୁବଶୀଘ୍ର ଏସବୁ ବ୍ୟବସ୍ଥା କରନ୍ତୁ । ଆହୁରି ସକ୍ରିୟ ହୁଅନ୍ତୁ ସରକାର।" 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details