ଓଡିଶା

odisha

5T Secretary Visits Nabarangpur: ନବରଙ୍ଗପୁର ଗସ୍ତରେ 5T ସଚିବ, ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ

By

Published : Mar 18, 2023, 9:11 AM IST

ନବରଙ୍ଗପୁର:ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ଶୁକ୍ରବାର ସନ୍ଧ୍ୟାରେ ସେ ନବରଙ୍ଗପୁରରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାର ଘରଣୀଙ୍କ ପୀଠ ପରିଦର୍ଶନ କରିଥିଲେ । ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ ନିମନ୍ତେ ଅଖଣ୍ଡ ଦୀପ ସ୍ଥାପନ କରିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ସେଠାରୁ ନବରଙ୍ଗପୁରର ଅନ୍ବେଷା ଛାତ୍ର ନିବାସ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ  । ସଚିବଙ୍କ ୫-ଟି ତୁଫାନି ଗସ୍ତ ଅବସରରେ ଆଜି ଜିଲ୍ଲାର ଶୈବପୀଠ ମାଣ୍ଡାଡଙ୍ଗରୀ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  

ଏହାପରେ ଭିକେ ପାଣ୍ଡିଆ ଜଟାବାଲ ଠାରେ ୫-ଟି ସ୍କୁଲର ସମୀକ୍ଷା, ବିଡିରି ଠାକୁରାଣୀଙ୍କ ଦର୍ଶନ, ପୋଡାଗଡ ଐତିହାସିକ ପୀଠ ଓ ଶିବ ମନ୍ଦିର ପରିଦର୍ଶନ, ଉମରକୋଟ ଠାରେ ନୂତନ ଭାବେ ନିର୍ମିତ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ ଓ RMCର କାର୍ଯ୍ୟ ତଦାରଖ କରିବେ । ପରେ ପୁଜାରିଗୁଡ଼ା ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଓ ଜାମରାଣ୍ଡା ଠାରେ ୫-ଟି ବିଦ୍ୟାଳୟର ସମୀକ୍ଷା କରିବା ସହ ପରବର୍ତ୍ତୀ ସମୟରେ ଉମରକୋଟ ଆହାର କେନ୍ଦ୍ରରେ ଭୋଜନ କରି ଝରିଗାଁର ସତିଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବେ । ମାଲଗାଁ ଠାରେ ତେଲନଦୀ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details