ଓଡିଶା

odisha

ପରିବାରର ମଙ୍ଗଳ ମନାସି ଦଶହରାରେ ସିନ୍ଦୁର ଖେଳିଲେ ବଙ୍ଗୀୟ-ଓଡିଆ ମହିଳା

By

Published : Oct 15, 2021, 5:35 PM IST

ଯାଜପୁର: ଜଗତଜନନୀ ମା’ ଦୁର୍ଗାଙ୍କ ଦଶହରା ପର୍ବରେ ମହିଳା ମାନେ ପରିବାରର ଓ ସ୍ୱାମୀଙ୍କ ମଙ୍ଗଳ ମନାସି ମା’ଙ୍କ ପାଦ ସ୍ପର୍ଶ କରି ସିନ୍ଦୁର ଖେଳିଥାନ୍ତି । ବିଶେଷ କରି ଆଜିର ଦିନରେ ଅପରାଜିତା ପୂଜା ଓ ବଙ୍ଗୀୟ ମହିଳା ମାନଙ୍କ ମା’ଙ୍କ ସିନ୍ଦୁର ଖେଳର ନୀତି ଥିବାରୁ ଅନେକ ପୂଜା ମଣ୍ଡପରେ ଓଡ଼ିଆ, ବଙ୍ଗୀୟ ସମ୍ପ୍ରଦାୟ ମିଳିତ ଭାବେ ସିନ୍ଦୁର ଖେଳୁଥିବା ଦେଖିବାକୁ ମିଳିଛି। କୋଭିଡ କଟକଣାର ଭୟ ଥିଲେ ବି ଅନେକ ମହିଳା ଭକ୍ତିପୂର୍ଣ୍ଣ ଭାବରେ ମାଆଙ୍କୁ ବିଦାୟ ଦେଇଥିବା ଦେଖିବାକୁ ମିଳିଛି। ଯାଜପୁର ନହକା ପୂଜା ମଣ୍ଡପରେ ଭକ୍ତ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details