ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିପୁଳ ସମର୍ଥନ, ନବୀନଙ୍କୁ ଲାଇଭ ଦେଖିଲେ 4 ଲକ୍ଷ ଲୋକ

By

Published : Feb 16, 2021, 6:54 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ବିପିୟୁଟି ପରିସରରେ ପହଞ୍ଚି ପ୍ରାୟ 5 ଜହାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରି ସୁନ୍ଦରଗଡ ବାସୀଙ୍କୁ ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିପୁଳ ସମର୍ଥନ , ନବୀନଙ୍କୁ  ଲାଇଭ ଦେଖିଲେ 4 ଲକ୍ଷ ଲୋକ
ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିପୁଳ ସମର୍ଥନ , ନବୀନଙ୍କୁ ଲାଇଭ ଦେଖିଲେ 4 ଲକ୍ଷ ଲୋକ

ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ବିପିୟୁଟି ପରିସରରେ ପହଞ୍ଚି ପ୍ରାୟ 5 ଜହାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରି ସୁନ୍ଦରଗଡବାସୀଙ୍କୁ ଭେଟି ଦେଇଛନ୍ତି । ଇସ୍ପାତ ନଗରୀରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ରଖିବା ସହ ଏହି ଷ୍ଟାଡିୟମକୁ ସଂଗ୍ରାମାୀ ବିର୍ସା ମୁଣ୍ଡାଙ୍କ ନାମର ନାମିତ କରି ସୁନ୍ଦରଗଡବାସୀଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିପୁଳ ସମର୍ଥନ , ନବୀନଙ୍କୁ ଲାଇଭ ଦେଖିଲେ 4 ଲକ୍ଷ ଲୋକ

ବିପିୟୁଟି ପରିସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେତେକ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅନ୍ୟକିଛି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ସୁନ୍ଦରଗଡର ସମସ୍ତ ବ୍ଲକର ରାସ୍ତାର ଉନ୍ନତି କରଣ ପାଇଁ 976.88 କୋଟି, ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ 314 କୋଟି, ରାଉରକେଲାରେ ନୂତନ ହକି ଷ୍ଟାଡିୟମ ନିର୍ମାଣ ପାଇଁ 120 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଜନ ସାଧାରଣଙ୍କୁ ଉଦବୋଧନ ଦେଇ ଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ଆଜି ପ୍ରକଳ୍ପର ପ୍ୟାକେଜ ନେଇ ଆସି ନଥିଲେ । ସେ ସୁନ୍ଦରଗଡ ସହ ସାରା ପଶ୍ଚିମ ଓଡିଶାର 11 ଟି ଜିଲ୍ଲା ପାଇଁ ମଧ୍ୟ କେତେକ ପ୍ରକଳ୍ପର ଘୋଷଣା କରିଛନ୍ତି । ଏହା ସହ ସୁନ୍ଦରଗଡ ତଥା ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରାଇବାନେଇ ତାଙ୍କର ଅବିରାମ ଉଦ୍ୟମ ଜାରି ରିହିଥିବା କହିଛନ୍ତି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details