ଓଡିଶା

odisha

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ, ଜଣେ ମୃତ

By ETV Bharat Odisha Team

Published : Oct 4, 2023, 1:14 PM IST

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ରାତିରେ ଶୋଇଥିବା ବେଳେ ମାଟି କାନ୍ଥ ପଡି ଯୁବକ ମୃତ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଅଧିକ ପଢନ୍ତୁ

a man die after wall collapsed
a man die after wall collapsed

a man die after wall collapsed

ରାଉରକେଲା: ରାତିରେ ଶୋଇଥିବା ବେଳେ ଅଘଟଣ । ମାଟି କାନ୍ଥ ପଡି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ । ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ଜରଙ୍ଗଲୋଇ ଗାଁର କୁରୁନାଥ କାନ୍ତା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ବଡ଼ଗାଁ ବ୍ଲକ୍ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଅନେକ ବ୍ୟକ୍ତିଙ୍କ ମାଟି ଘର ଧସି ପଡ଼ିଛି । ତେବେ ଗତକାଲି ଜରଙ୍ଗଲୋଇ ଗ୍ରାମର ୩୫ ବର୍ଷୀୟ କୁରୁନାଥ କଣ୍ଟା ପରିବାର ସହ ରାତିରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ ହଠାତ ଘରର ମାଟି କାନ୍ଥ ଧସି ପଡ଼ିଥିଲା । କାନ୍ଥ ତଳେ ଚାପି ହୋଇ କୁରୁନାଥ କଣ୍ଟା ଗୁରୁତର ହୋଇଥିଲେ । ଏନେଇ ଘଟଣାସ୍ଥଳରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେହି ଘରେ ଥିବା ତାଙ୍କର ସମ୍ପର୍କୀୟ ପରିବାର ବର୍ଗ ଲକ୍ଷ୍ମୀକାନ୍ତ ଜୟପୁରିଆ ଏହି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ବର୍ତ୍ତମାନ ଜରଙ୍ଗଲୋଇ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ - ଲଗାଣ ବର୍ଷାରେ ଭୁଶୁଡି ପଡିଲା ମାଟି କାନ୍ଥ, ଜଣେ ମୃତ

ପ୍ରକାଶ ଥାଉକି, ସେହିପରି ଗତ ସୋମବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଧମା ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତ ବାଉଁଶରା ଗାଁରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିଲା । ପ୍ରତିଦିନ ଭଳି ଖାଇ ସାରି ୪୧ ବର୍ଷୀୟ ବ୍ୟକ୍ତି ବବରୁ ବାହନ ବାଗ ନିଜ ପରିବାର ସହିତ ଶୋଇଥିଲେ । ତାଙ୍କ ସହ ଥିଲେ ତାଙ୍କ ପତ୍ନୀ ଓ 2 ଶିଶୁକନ୍ୟା । ପରିବାର ଶୋଇଥିବା ସମୟର ଘରର ମାଟି କାନ୍ଥ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ବବରୁ ବାହନ ଓ ତାଙ୍କ ସ୍ତ୍ରୀ, ଦୁଇ ଶିଶୁକନ୍ୟା ଉପରେ ଘର କାନ୍ଥ ପଡ଼ିଯିବାରୁ ସେମାନଙ୍କ ଉପରେ ଚାପି ହୋଇଯାଇଥିଲା । ତେବେ ପାଖ ପଡ଼ୋଶୀ ଲୋକେ ଘଟଣାର କାନ୍ଥ ପଡ଼ିବା ଶବ୍ଦ ଶୁଣି ପରିବାକୁ ଉଦ୍ଧାର କରିବା ପାଇଁ ମାଟି କାନ୍ଥକୁ ଟେକିଥିଲେ । ବବରୁ ବାହାନାଙ୍କ ସପରିବାରକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ବବରୁ ଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ତାଙ୍କ ପତ୍ନୀ ଓ 2 ଶିଶୁ କନ୍ୟା ସାମାନ୍ୟ ଆହତ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details