ଓଡିଶା

odisha

ରେଡ୍ ବେଳେ ବନବିଭାଗ କର୍ମଚାରୀଙ୍କୁ ପଥରମାଡ, ବହୁମୂଲ୍ୟ କାଠ ଜବତ ସହ ଜଣେ ଗିରଫ

By ETV Bharat Odisha Team

Published : Nov 22, 2023, 10:06 AM IST

ଚଢାଉ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ ବିଭାଗ କର୍ମଚାରୀ । କାଠ ବେଆଇନ ଚାଲଣ ମାମଲାରେ ଚଢ଼ାଉ ବେଳେ ଆକ୍ରମଣ । ବନବିଭାଗ କର୍ମଚାରୀଙ୍କ ଉପରକୁ ପଥରମାଡ଼ । ଅଧିକ ପଢ଼ନ୍ତୁ

ରେଡ୍ ବେଳେ ବନବିଭାଗ କର୍ମଚାରୀଙ୍କୁ ପଥରମାଡ
ରେଡ୍ ବେଳେ ବନବିଭାଗ କର୍ମଚାରୀଙ୍କୁ ପଥରମାଡ

ରେଡ୍ ବେଳେ ବନବିଭାଗ କର୍ମଚାରୀଙ୍କୁ ପଥରମାଡ

ରାଉରକେଲା:କାର୍ଯ୍ୟରତ ବନ ବିଭାଗ କର୍ମଚାରୀଙ୍କ ଉପରକୁ ପଥର ମାଡ଼ । ଚଢ଼ାଉ ବେଳେ ଆକ୍ରମଣର ଶିକାର ହେଲେ ବନ ବିଭାଗ କର୍ମଚାରୀ । ପଥରମାଡ଼ରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା । ସୁନ୍ଦରଗଡ଼ ଜିଲ୍ଲା ବଣେଇ ରେଞ୍ଜର ଫଳସା ଘାଟଠାରେ ଘଟିଛି ଏହି ଅଭାବନୀୟ ଘଟଣା । କାଠ ଚୋରା ଚାଲଣ ଘଟଣାରେ ଚଢାଉ ବେଳେ ବନବିଭାଗ କର୍ମଚାରୀଙ୍କୁ ଅସହଯୋଗ କରିବା ସହ ପଥରମାଡ଼ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

ବଣେଇ ରେଞ୍ଜ ଅଧିକାରୀଙ୍କ ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣେଇ ରେଞ୍ଜର ଫଳସା ଘାଟ ଗ୍ରାମର ଚନ୍ଦ୍ର ଶେଖର ସାହୁଙ୍କ ଘରେ ବେଆଇନ କାଠପଟା ଥିବା ଏବଂ ଏହାକୁ ବିକ୍ରି ତଥା ଚୋରାଚାଲାଣ କରାଯାଉଥିବା ନେଇ ବନବିଭାଗକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହି ଖବର ପାଇବା ପରେ ସୋମବାର ସନ୍ଧ୍ୟାରେ ବଣେଇ ବନ ବିଭାଗ କର୍ମଚାରୀ ଚଢାଉ କରିବା ପାଇଁ ଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ସହଯୋଗ କରି ନଥିଲେ ଓ ଘରେ ପଶିବାକୁ ଦେଇ ନଥିଲେ । ବିନା ମାଜିଷ୍ଟ୍ରେଟଙ୍କ ଅର୍ଡରରେ ଘରେ କାହିଁକି ଚଢ଼ାଉ ହେବ ବୋଲି ପ୍ରଶ୍ନ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ବେଆଇନ ବାଲି ଚାଲାଣ ବେଳେ ପୋଲିସକୁ ଆକ୍ରମଣ, ୫ ଗିରଫ

ତେବେ ସେଠାରେ ଚଢ଼ାଉରେ ସାମିଲ ଥିବା ଅଧିକାରୀ ମାଜିଷ୍ଟ୍ରେଟଙ୍କ ଅର୍ଡର ଲାଗି ବଣାଇ ଆସିଥିଲେ ଏବଂ ବନ କର୍ମଚାରୀଙ୍କ ଅଭିଯୁକ୍ତ ଘର ବାହାରେ ନଜର ରଖିବାକୁ କହିଥିଲେ । ତେବେ ବନବିଭାଗ କର୍ମଚାରୀ ଘର ବାହାରେ ଜଗି ରହି ଥିବା ବେଳେ ପ୍ରଥମେ ଅଭିଯୁକ୍ତ ଚନ୍ଦ୍ର ଶେଖର ସାହୁ ପ୍ରଥମେ ବନବିଭାଗ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ ଏବଂ ବନବିଭାଗ କର୍ମଚାରୀଙ୍କ ଉପରକୁ ପରିବାର ସଦସ୍ୟ ମାନେ ପଥର ମାଡ଼ କରିଥିଲେ । ଫଳରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ । ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଏନେଇ ମାଜିଷ୍ଟ୍ରେଟ ଓ ପୋଲିସଙ୍କୁ ନେଇ ଏକ ଟିମ୍‌ ଗଠନ କରି ମଙ୍ଗଳବାର ପୁନର୍ବାର ଚନ୍ଦ୍ର ଶେଖର ସାହୁଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୧୬ ଖଣ୍ଡ ଶାଳ ପଟା, ୪ ଖଣ୍ଡ ନିମ୍ବ ପଟା, ୨ ଖଣ୍ଡ ବୀଯା ପଟା ଓ ୪ ସେଟ ଚଉକାଠ ଓ ଏକ ବନ୍ଧନ କାଠ ଜବତ କରା ଯାଇଥିବା ସହିତ ପରିବାର ଲୋକଙ୍କ ନାଁରେ ଏକ ଅଭିଯୋଗ ଦିଆ ଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details