ଓଡିଶା

odisha

Durga Puja2023: ଗଡଜାତ ସହର ସୁବର୍ଣ୍ଣପୁରରେ ବିଜୟା ଦଶମୀ

By ETV Bharat Odisha Team

Published : Oct 24, 2023, 7:45 PM IST

ପୂଜା ମଣ୍ଡପ ଗୁଡିକରେ ଦିନବେଳା ଆଶ୍ବିନ ଶୁକ୍ଲ ଦଶମୀ ତିଥିର ପୂଜା ଆରାଧନା କରାଯାଇଥିଲା । ଗତକାଲି ସଂଧ୍ୟା 5 ଘଣ୍ଟା 42 ମିନିଟ ଗତେ ଦଶମୀ ତିଥୀର ଆଗମନ ହେତୁ ପୂଜା ମଣ୍ଡପ ଗୁଡିକରେ ଦଶରା ପୂଜା ଆରମ୍ଭ ହୋଇଥିଲା । ଆଜିର ବିଜୟା ଦଶମୀ ପୂଜା ପରେ ଦେବୀ ମାଙ୍କ ମନ୍ତ୍ର ବିସର୍ଜନ ପର୍ବ କ୍ରିୟାର ସମାପନ ହୋଇଛି । ଅଧିକ ପଢନ୍ତୁ

Durga Puja2023: ଗଡଜାତ ସହର ସୁବର୍ଣ୍ଣପୁରରେ ବିଜୟା ଦଶମୀ ପାଳିତ
Durga Puja2023: ଗଡଜାତ ସହର ସୁବର୍ଣ୍ଣପୁରରେ ବିଜୟା ଦଶମୀ ପାଳିତ

Durga Puja2023: ଗଡଜାତ ସହର ସୁବର୍ଣ୍ଣପୁରରେ ବିଜୟା ଦଶମୀ ପାଳିତ

ସୁବର୍ଣ୍ଣପୁର: ତନ୍ତ୍ରର ପ୍ରୟୋଗଶାଳା ଭାବେ ପରିଚିତ ସୋନପୁର ଗଡଜାତ ସହରରେ ଚାଲିଥିବା ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନାର ପରିସମାପ୍ତି ହୋଇଛି । ସହରର ଅଷ୍ଟଚଣ୍ଡୀଙ୍କ ପୀଠ ସମେତ ଗଡଭିତର ଦେବୀ ମା ଦୁର୍ଗାଙ୍କ ମନ୍ଦିରରେ ଚାଲିଥିବା ଶକ୍ତି ଆରାଧନା ଉପସଂହାରରେ ପହଞ୍ଚିଛି । ଏହି କ୍ରମରେ ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମା କନକ ଦୁର୍ଗାଙ୍କ ତାନ୍ତ୍ରୀକ ପୂଜା ଆରାଧନା ସହିତ ପଡା ପଡାରେ ଦେବୀଙ୍କ ନବରାତ୍ରୀ ଓ ପଞ୍ଚଦିନାତ୍ମକ ପୂଜା ଆରାଧନାର ପୂର୍ଣାହୁତି ହୋଇଛି ।

ଅଧିକ ପଢନ୍ତୁ- ଧୂମାବତୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ

ପୂଜା ମଣ୍ଡପ ଗୁଡିକରେ ଦିନବେଳା ଆଶ୍ବିନ ଶୁକ୍ଲ ଦଶମୀ ତିଥିର ପୂଜା ଆରାଧନା କରାଯାଇଥିଲା । ଗତକାଲି ସଂଧ୍ୟା 5 ଘଣ୍ଟା 42 ମିନିଟ ଗତେ ଦଶମୀ ତିଥୀର ଆଗମନ ହେତୁ ପୂଜା ମଣ୍ଡପ ଗୁଡିକରେ ଦଶରା ପୂଜା ଆରମ୍ଭ ହୋଇଥିଲା । ଆଜିର ବିଜୟା ଦଶମୀ ପୂଜା ପରେ ଦେବୀ ମାଙ୍କ ମନ୍ତ୍ର ବିସର୍ଜନ ପର୍ବ କ୍ରିୟାର ସମାପନ ହୋଇଛି । ଗଡଜାତ ସହରର ଥନାପତି ପଡା ଠାରେ ନବରାତ୍ର ଦୁର୍ଗାପୂଜା , ବ୍ଳକ ଛକରେ ଆକର୍ଷଣୀୟ ପଞ୍ଚଦିନାତ୍ମକ ଦୁର୍ଗା ପୂଜା ଆରଧନା କ୍ରିୟା ଶେଷ ହୋଇଛି । ପଞ୍ଚଦିନାତ୍ମକ ଦୁର୍ଗାପୂଜା ପାଇଁ ଆଶ୍ବିନ ଶୁକ୍ଳ ଷଷ୍ଠୀ ତିଥିରେ ଅଧିବାସ , ସପ୍ତମୀ ପ୍ରାତଃରେ ଦେବୀଙ୍କ ଆବାହନ ,ସପ୍ତମୀ , ଅଷ୍ଟମୀ ଓ ନବମୀ ତିଥୀ ତିନ ଦିନ ଯାଏଁ ଦେବୀଙ୍କ ଚଣ୍ଡୀପାଠ , ଆଜି ବିଜୟା ଦଶମୀ( ଦଶରା ) ପୂଜା ଆରାଧନା ପରେ ମନ୍ତ୍ର ବିସର୍ଜନ ପର୍ବ ପାଳିତ ହୋଇଛି। ଏଥର ଲଗ୍ନ ଅନୁଯାୟୀ ଭଉଣୀ ମାନେ ବିଭିନ୍ନ ପୂଜା ମଣ୍ଡପରେ ଭାଇମାନଙ୍କ ମଙ୍ଗଳ ମନାସୀ ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା କରିବା ସହିତ ଦୁଇ ଦିନ ଧରି ଅଷ୍ଟମୀ ବ୍ରତ ପାଳନ କରି ଦୂବ ବିଡା ଚଢାଇଥିଲେ ।

ଅଧିକ ପଢନ୍ତୁ- ମାଙ୍କ ଆଗମନରେ ଝଲସୁଛି ସୁବର୍ଣ୍ଣପୁର, ଅଷ୍ଟଚଣ୍ଡୀଙ୍କ ନିକଟରେ ମହାଷ୍ଟମୀ ପୂଜା

ସେହିପରି ପୂଜା ମଣ୍ଡପ ଗୁଡିକରେ ମହାସପ୍ତମୀ ତିଥିରୁ ଚଣ୍ଡୀ ପାଠ , ଚଣ୍ଡୀ ଯଜ୍ଞାଦି କାର୍ଯ୍ୟ କରାଯାଇ ଆଜି ବିଜୟା ଦଶମୀ ପୂଜା କରାଯାଇଥିଲା । ଆକର୍ଷଣୀୟ ତୋରଣ , ଆଲୁଅ ସାଜ୍ଜଲଜ୍ଜା ତଥା ଦେବୀ ମାଙ୍କ ମୃଣ୍ମୟୀ ପ୍ରତିମାଙ୍କ ଦର୍ଶନ ପାଇବା ସହିତ ଦେବୀ କୃପା ଲାଭ କରିବା ପାଇଁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥିଲା । ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆହୁରିବି ମଧ୍ୟାନ୍ନରେ ଅନ୍ନ ଭୋଗ ସହିତ ପ୍ରାତଃ ଓ ସଂଧ୍ୟାରେ ବାଳଭୋଗ ଆଦିର ଆୟୋଜନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ କରିବା ସହିତ ଅନ୍ନ ଯଜ୍ଞ ଓ ବାଳଭୋଗ ଯଜ୍ଞରେ ନିଜକୁ ସାମିଲ କରି ଦେବୀ କୃପା ଲାଭ କରିବାର ସୁଯୋଗ ନେଇଥିଲେ। ଆଜି ମଧ୍ୟ ପୂଜା କମିଟି ଗୁଡିକ ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆସନ୍ତାକାଲି ଦେବୀ ମାଙ୍କ ମୃଣ୍ମୟୀ ପ୍ରତୀମାର ବିସର୍ଜନ ଶୋଭାଯାତ୍ରା ଆୟୋଜନ କରାଯିବ । ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସହରର ପୂଜା ମଣ୍ଡପ ଗୁଡିକରେ ଓ ସାାଂସ୍କୃତିକ କାର୍ଯ୍ୟକ୍ରମ ଯାଗା ତଥା ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details