ଓଡିଶା

odisha

ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

By ETV Bharat Odisha Team

Published : Oct 16, 2023, 2:08 PM IST

ସୁବର୍ଣ୍ଣପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ସୁରେଶ୍ବରୀ ଆଜି ତାରା ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଏହି ରୂପର ଦର୍ଶନ ପାଇବା ପାଇଁ ସକାଳୁ ଭକ୍ତଙ୍କ ସୁଅ ଛୁଟିଛି । ଅନ୍ୟପଟେ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ
ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ସୁବର୍ଣ୍ଣପୁର:ଆଜି ଆଶ୍ବୀନ ଶୁକ୍ଳ ଦ୍ବିତୀୟା । ନବରାତ୍ରୀର ଦ୍ବିତୀୟ ଦିନ । ବିଭିନ୍ନ ଶକ୍ତି ପୀଠଗୁଡିକରେ ଦେବୀ ମାଆ ବିଭିନ୍ନ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ସୁବର୍ଣ୍ଣପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ସୁରେଶ୍ବରୀ ଆଜି ତାରା ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଏହି ରୂପର

ଦର୍ଶନ ପାଇବା ପାଇଁ ସକାଳୁ ଭକ୍ତଙ୍କ ସୁଅ ଛୁଟିଛି । ଅନ୍ୟପଟେ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ଆଶ୍ବିନ ମାସ ମହାଳୟା ଦିନଠାରୁ ସୁବର୍ଣ୍ଣପୁର ଗଡଜାତରେ ଆରମ୍ଭ ହୋଇଛି ଐତିହାସିକ ବଳିଯାତ୍ରା । ଏଥିସହିତ ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଶୁକ୍ଲ ଦ୍ବିତୀୟା ତିଥିରେ ଦେବୀ ମା ସୁରେଶ୍ବରୀ ତାରା ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଦେବୀ ମା ଷୋଡ଼ଶୀ ବେଶ ଧାରଣ କରିବେ ।

ଏହାମଧ୍ୟ ପଢନ୍ତୁ..ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା, ଭକ୍ତଙ୍କୁ ଦେବେ ଦର୍ଶନ

ତେବେ ଦେବୀ ମାଆ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଗତକାଲି(ରବିବାର) ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ ବେଶ ଧାରଣ କରି ଦର୍ଶନ ଦେଥିଲେ । ଦେବୀ ମାଆଙ୍କ ପୀଠରେ ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବୀ ମାଆ ସୁରେଶ୍ବରୀ, ମହାଳୟାରୁ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ଆଜି ଦେବୀ ମା ତାରା ବେଶରେ ଦର୍ଶନ ଦେବା ପରେ, ଭୈରବୀ, ଉଗ୍ରତାରା, ଷୋଡଶୀ, ଭୂବନେଶ୍ବରୀ, ମହିଷ ମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ ।

ଏହାମଧ୍ୟ ପଢନ୍ତୁ..ଆରମ୍ଭ ହେଲା ନବରାତ୍ର, ରାଜକୀୟ ପରମ୍ପରାରେ ପୂଜା ପାଇବେ ମା'

ରକ୍ତମୁଖା ଦେବୀ ମାଆ ସୁରେଶ୍ବରୀଙ୍କ ପ୍ରତିମାରେ ବର୍ଷ ତମାମ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଆଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗାଜଳ ଆଦି ପ୍ରଲେପ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି । ତେବେ ଦେବୀ ମାଆଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ହଜାର ହଜାର ଶ୍ରଦ୍ଧାଳୁ ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ମଧ୍ୟାହ୍ନରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ପୀଠରେ ଅନ୍ନଯଜ୍ଞରେ ନିଜକୁ ସାମିଲ କରୁଥିବା ଦେଖାଯାଉଛି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ସଂଧ୍ୟା ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ହେଉଛି ।

ଅନ୍ୟପଟେ ସୁରୁଖୁରରେ ଦର୍ଶନ ନିମନ୍ତେ ଦେବୋତ୍ତର ବିଭାଗ, ମନ୍ଦିର କମିଟି, ବଳିଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବଳିଯାତ୍ରା ଓ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details