ଆରମ୍ଭ ହେଲା ନବରାତ୍ର, ରାଜକୀୟ ପରମ୍ପରାରେ ପୂଜା ପାଇବେ ମା'

By ETV Bharat Odisha Team

Published : Oct 16, 2023, 6:59 AM IST

thumbnail

ନୂଆପଡା: ଖଡିଆଳରେ ଆରମ୍ଭ ହେଲା ଦଶହରା ପୂଜା । ରାଜକୀୟ ପରମ୍ପରାରେ ପୂଜା ପାଇବେ ମା' ରକ୍ତାମ୍ବରୀ ଏବଂ ମା' ସମଲେଶ୍ୱରୀ । ଏହା ବହୁ ପୁରାତନ ପରମ୍ପରା ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚଳି ଆସିଛି । ଖଡିଆଳ ରାଜ ପରିବାରର ଦଶହରା ପୂଜା ସବୁଠାରୁ ସ୍ୱତନ୍ତ୍ର ।

ସୂଚନା ଅନୁସାରେ ରାଜା ରାଜୁଡା ଶାସନ କାଳରୁ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେବଙ୍କ ଶାସନ ସମୟରେ ଖଡ଼ିଆଳ ରାଜ ଦରବାର ଠାରେ ଗଡ ରକ୍ଷକ ଭାବରେ ଦେବୀ ମା' ରକ୍ତାମ୍ବରୀଙ୍କୁ ସ୍ଥାପନ କରି ପୂଜା କରି ଆସୁଥିବା ବେଳେ ଇଷ୍ଟ୍ରଦେବୀ ଭାବରେ ମାଁ ସମଲେଶ୍ୱରୀଙ୍କୁ ସ୍ଥାପନ କରିଥିଲେ । ପୂର୍ବ ପ୍ରଥାକୁ ଅନୁସରଣ କରି ବର୍ତ୍ତମାନର ଯୁବରାଜ ଦେବଦେବ ସିଂ ଦେଓଙ୍କ ଉଭୟ ଦେବୀ ମା'ଙ୍କ ରାଜ ସେବକ ଭାବରେ ପୂଜା କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...Navratri 2023: ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ପ୍ରତିବର୍ଷ ଦଶହରା ଅମାବାସ୍ୟା ରାତ୍ରିରେ ଗଡରକ୍ଷକ ଦେବୀ ମା' ରକ୍ତାମ୍ବରୀଙ୍କୁ ରାଜା ଆର୍ତ୍ତତ୍ରାଣ ଦେବୀଙ୍କ ଉତ୍ପତ୍ତି ପୀଠରେ ପୂଜା ଅର୍ଚ୍ଚନା କରିବା ସହିତ ରାଜ ଦରବାର ସ୍ଥିତ ମନ୍ଦିରକୁ ଆଣି ସ୍ଥାପନା କରିଥାନ୍ତି । ସେହିଭଳି ଦଶହରା ପ୍ରତିପଦା ରାତ୍ରିରେ ଇଷ୍ଟ୍ରଦେବୀ ମା' ସମଲେଶ୍ୱରୀଙ୍କୁ ସାହୁ ପଡା ଠାରେ ଥିବା ପୀଠରେ ପାରମ୍ପରୀକ ରିତୀନିତୀ ଅନୁସାରେ ମା'ଙ୍କୁ ଆହ୍ୱାନ କରାଯାଇଥାଏ । ରାଜ ସେବକ ଯୁବରାଜ ଦେବ ଦେବ ସିଂ ଦେବ ବିରାଟ ପଟୁଆରରେ ଯାଇ ମା'ଙ୍କୁ ଆହ୍ୱାନ କରି ମନ୍ଦିରକୁ ଆଣିଛନ୍ତି । ଏଠାରେ ଏବେ ମଧ୍ୟ ବଳି ପ୍ରଥା ରହି ଆସିଛି । ମା' ରକ୍ତାମ୍ବରୀ ଏବଂ ମା' ସମଲେଶ୍ୱରୀ ଦଶହରା ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ବିଶ୍ୱାସ ରହିଛି ଯେ, ଏହି ସମୟରେ ଉଭୟ ମା'ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ।  


ଈଟିଭି ଭାରତ,ନୂଆପଡା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.