ଓଡିଶା

odisha

ଲୋକଗୀତ ଓ ନୃତ୍ୟ ପରିବେଷଣ କରି ଦାବି ରଖିଲା କଳାକାର ସଂଘ

By

Published : Sep 16, 2021, 10:22 PM IST

ଲୋକଗୀତ ଓ ନୃତ୍ୟ ପରିବେଷଣ କରି ଦାବି ରଖିଲା କଳାକାର ସଂଘ

ସୁବର୍ଣ୍ଣପୁର ଜିଲ୍ଲାର ଦଣ୍ଡ ଲୋକନୃତ୍ୟ କଳାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାର ଦଣ୍ଡ ଲୋକନୃତ୍ୟ କଳାକାର ସଂଘ ପକ୍ଷରୁ ଆଜି(ଗୁରୁବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶତାଧିକ କଳାକାର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସହରର ବ୍ଳକ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାସ୍ତାରେ ଲୋକନୃତ୍ୟ ଓ ଲୋକବାଦ୍ୟ ପ୍ରଦର୍ଶନ କରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ ।

ଲୋକଗୀତ ଓ ନୃତ୍ୟ ପରିବେଷଣ କରି ଦାବି ରଖିଲା କଳାକାର ସଂଘ

ସେଠାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ଆଗରେ ଲୋକନୃତ୍ୟ ପ୍ରଦର୍ଶନ କରିବା ସହିତ ନିଜ ଦାବୀ ଉପସ୍ଥାପନ କରିଥିଲେ । ଜିଲ୍ଲାର ସମସ୍ତ ଦଣ୍ଡନୃତ୍ୟ ଓ ଲୋକନୃତ୍ୟ କଳାକାରମାନଙ୍କ ପଞ୍ଜିକରଣ କରିବା ସହିତ କଳାକାର ଭତ୍ତା ପ୍ରଦାନ କରିବା, ସରକାରୀ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର ପ୍ରସାର ପାଇଁ ଗାଁ ଗହଳିର ଲୋକ କଳାକାରମାନଙ୍କୁ ଦାୟୀତ୍ବ ପ୍ରଦାନ ସହିତ ପାଉଣା ପ୍ରଦାନ କରିବା, ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସରକାରୀ ଭାବେ ସାଂସ୍କୃତିକ ଅନୁଷ୍ଠାନ ଗୁଡିକୁ ସାମିଲ କରିବା, ବାର୍ଷିକ କଳାକାର ପର୍ବ ପାଳନ କରିବା, ସଂସ୍କୃତି ଭବନ କଳାକାର ମାନଙ୍କ ପାଇଁ ଦେୟମୁକ୍ତ କରିବା, ପୁରାତନ ଲୁପ୍ତ ପ୍ରାୟ କଳାକୁ ଆର୍ଥିକ ପ୍ରୋତ୍ସାହନ ଦେଇ ବଞ୍ଚାଇ ରଖିବା ତଥା ସମ୍ବଲପୁର ଦୁରଦର୍ଶନ କେନ୍ଦ୍ରକୁ ବନ୍ଦ ନକରିବା ସହିତ ଲୋକ କଳାକାରମାନଙ୍କୁ ଦୂରଦର୍ଶନରେ ସୁଯୋଗ ଦେବା ଆଦି ଦାବି ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ ପାଖରେ ରଖିଥିଲେ ।

ଦାବି ପୂରଣ ପାଇଁ ଲୋକଗୀତ ଓ ଲୋକବାଦ୍ୟ ମାଧ୍ୟମରେ ଜିଲ୍ଲାପାଳିକାକୁ ଅନୁରୋଧ କରିବା ସହିତ ସାତ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details