ଓଡିଶା

odisha

ବଳି ଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ, ମନାଇବାରେ ବିଫଳ ଦେବୋତ୍ତର ବିଭାଗ

By

Published : Sep 30, 2022, 6:55 PM IST

ବଳି ଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସୋନପୁରର ଐତିହାସିକ ବଳି ଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ । ଫଳରେ ଅନ୍ୟ ସେବାୟତମାନଙ୍କୁ ପାରିଶ୍ରମିକ ଦେଇ ବଳିକାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି ।

ବଳିଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ, ମନାଇବାରେ ବିଫଳ ଦେବୋତ୍ତର ବିଭାଗ
ବଳିଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ, ମନାଇବାରେ ବିଫଳ ଦେବୋତ୍ତର ବିଭାଗ

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ସୋନପୁର ଗଡଜାତର ଐତିହାସିକ ବଳି ଯାତ୍ରା । ଉତ୍ସବମୁଖର ହୋଇଉଠିଛି ଅଷ୍ଟଚଣ୍ଡୀଙ୍କ ପୀଠ । କିନ୍ତୁ ଚଳିତ ଥର ବି ଦେବୋତ୍ତର ବିଭାଗ ସେବାୟତଙ୍କୁ ବଳି ଯାତ୍ରା ପାଳନରେ ସାମିଲ ହେବା ପାଇଁ ମନାଇବାରେ ବିଫଳ ହୋଇଛି । ଆଜକୁ ପ୍ରାୟ ଦଶନ୍ଧିରୁ ଅଧିକ ହେଲା ସକମା ଗାଁର ଦେବୀଙ୍କ ସେବାୟତମାନେ ବଳୀଯାତ୍ରାରେ ସାମିଲ ହେଉ ନାହାନ୍ତି । ରାଜାରାଜୁଡା ଅମଳରୁ ଶହ ଶହ ଏକର ଭୂସମ୍ପତ୍ତି ସେବାୟତ ଭୋଗ ଦଖଲ କରୁଥିବା ସତ୍ତ୍ବେ ବଳି ଯାତ୍ରା ସମୟରେ ସେବାୟତମାନଙ୍କ ଅସହଯୋଗ ଏହି ପର୍ବକୁ ମଳିନ କରିଛି ।

ବଳିଯାତ୍ରାରେ ସାମିଲ ହେଲେ ନାହିଁ ସେବାୟତ, ମନାଇବାରେ ବିଫଳ ଦେବୋତ୍ତର ବିଭାଗ

ସକମା ଗାଁର ସେବାୟତମାନେ ରାଜାରାଜୁଡା ଅମଳରୁ 500 ଏକର ଉର୍ବର ଜମି ସେବା ପୂଜା କରିବା ସହିତ ବଳି ଯାତ୍ରାରେ ସାମିଲ ହୋଇ ଦେବୀ ଆରାଧନା କରିବା ପାଇଁ ଭୋଗ ଦଖଲ କରି ଆସୁଛନ୍ତି । କିନ୍ତୁ ବଳି ଯାତ୍ରା ପର୍ବରେ ସେବାୟତମାନେ ସାମିଲ ହେଉ ନାହାନ୍ତି । ଫଳରେ ଅନ୍ୟ ସେବାୟତମାନଙ୍କୁ ପାରିଶ୍ରମିକ ଦେଇ ଏହି ବଳି କାର୍ଯ୍ୟ ସମ୍ପନ୍ନ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ସମାନ ଭାବେ ଅନ୍ୟ ସେବାୟତ ମାନେ ପାରିଶ୍ରମିକ ନେଇ ବାଳି ଯାତ୍ରା କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତ-ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର, ପ୍ରଥମ ପର୍ଯ୍ୟାୟରେ ଉଁଆସ ବଳୀ ସମ୍ପନ୍ନ

ଗଡଜାତରେ ଚୌହାନ ବଂଶର ରାଜତ୍ବ କାଳରୁ ସେବାୟତ ମାନଙ୍କ ପଟ୍ଟାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଯେପର୍ଯ୍ୟନ୍ତ ସେବାୟତ ମାନେ ଦେବୀଙ୍କ ସେବା ପୂଜା ଓ ବଳି ଯାତ୍ରା କାର୍ଯ୍ୟ ସମ୍ପାଦନ କରୁଥିବେ ସେତେ ଦିନ ଯାଏଁ ଏହି ଭୂସମ୍ପତ୍ତି ଭୋଗ ଦଖଲ କରିବେ । କିନ୍ତୁ ସେବା ପୂଜା ନକରି କି ବଳି ଯାତ୍ରାରେ ସେବାୟତମାନେ ସାମିଲ ନହୋଇ ସମ୍ପତ୍ତି ଭୋଗ ଦଖଲ କରୁଛନ୍ତି । ବିନା ସେବାରେ ସେବାୟତ ମାନେ ଏପରି କରୁଥିବାରୁ ଦେବୋତ୍ତର ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି ।

ବଳି ଯାତ୍ରା ସମୟରେ ସେବାୟତମାନଙ୍କୁ ଏକ ଅନୁରୋଧ ପତ୍ର ଲେଖି ନୀରବ ହୋଇ ରହି ଯାଉଛି ଦେବୋତ୍ତର ବିଭାଗ । ଫଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେବୋତ୍ତର ବିଭାଗ ପକ୍ଷରୁ କିଣା ସେବାୟତକୁ ନେଇ ବଳି ଯାତ୍ରା କରାଯାଇଛି । ସେବାୟତମାନେ ବର୍ତ୍ତମାନ ସୁଦ୍ଧା ଭୂସମ୍ପତ୍ତି ଭୋଗ କରିଆସୁଥିଲେ ସୁଦ୍ଧା, ଠାକୁରାଣୀଙ୍କ ସେବା ପୂଜା କିମ୍ବା ପର୍ବ ପର୍ବାଣୀରେ ସାମିଲ ହେଉ ନଥିବାରୁ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ସହରବାସୀଙ୍କ ପକ୍ଷରୁ ଜମିରୁ ସେବାୟତମାନଙ୍କୁ ଉଚ୍ଛେଦ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details