ଓଡିଶା

odisha

ହୀରାକୁଦ ଡ୍ୟାମର ଖୋଲିଲା ଆଉ 6ଟି ଗେଟ, 26ଟି ଗେଟ ଦେଇ ଚାଲିଛି ବନ୍ୟାଜଳ

By ETV Bharat Odisha Team

Published : Sep 16, 2023, 12:00 PM IST

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । 26ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

water level increase in hirakud dam
water level increase in hirakud dam

water level increase in hirakud dam

ସମ୍ବଲପୁର:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ । ଆଜି ହୀରାକୁଦ ଡ୍ୟାମରେ 6ଟି ଗେଟ ଖୋଲାଯାଇଛି । ମୋଟ 26ଟି ଗେଟ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଗତ ବୁଧବାର ଅପରାହ୍ନ 4 ଟାରେ ହୀରାକୁଦର 2ଟି ଗେଟ ଖୋଲିଥିଲା । ଏହାପରେ ଗୁରୁବାର ସକାଳୁ 8ଟି ଗେଟ ଓ ଅପରାହ୍ନରେ ଆହୁରି 4 ଟି ଗେଟ ଖୋଲା ଯାଇଥିଲା । ପୁଣି ଶୁକ୍ରବାର 6ଟି ଗେଟ ଖୋଲିଯିବା ପରେ ଆଜି ଆଉ 6ଟି ଖୋଲିଛି । ପର୍ଯ୍ୟାୟକ୍ରମେ 26ଟି ଗେଟ ଖୋଲାଯିବା ପରେ ବନ୍ୟା ଜଳ ନିଷ୍କାସିତ ହେଉଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଖୋଲିଲା ହୀରାକୁଦର 6ଟି ଗେଟ, 20ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସୂଚନା ଅନୁଯାୟୀ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର 627.95 ଫୁଟରେ ପହଞ୍ଚିଛି l ଡ୍ୟାମ ପୂର୍ଣ୍ଣ ହେବା ପାଇଁ ଆଉ ପ୍ରାୟ 2 ଫୁଟ ବି ନାହିଁ । ତେଣୁ ଜଳ ସ୍ତରକୁ ନିୟନ୍ତ୍ରଣ କରିବାକୁ ଏହି ଗେଟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି l ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଲଭଣ୍ଡାରକୁ ସେକେଣ୍ଡ ପ୍ରତି 4,40,002 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ଅନ୍ୟପଟେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ ମୋଟ 26ଟି ଗେଟ,ପାୱାର ଚେନାଲ ଯୋଗେ ସେକେଣ୍ଡ ପ୍ରତି 3,89,174 କ୍ୟୁସେକ ବନ୍ୟା ନିଷ୍କାସନ ହେଉଛି ।

ଏହା ମଧ୍ୟ ପଢନ୍ତୁ-ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ଏହା ମଧ୍ୟ ପଢନ୍ତୁ- ପୁଣି ଖୋଲିଲା ହୀରାକୁଦର 2ଟି ଗେଟ, ‘ଜଳସ୍ତର ବଢିଲେ ଖୋଲିବ ଆହୁରି ଗେଟ୍’

ଏହା ପୂର୍ବରୁ ବୁଧବାର ଦିନ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ହୀରାକୁଦ ଡ୍ୟାମ କତୃପକ୍ଷ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଦେଇଛନ୍ତି l ଇନ ଫ୍ଲୋ ପ୍ରାୟ ସାଢେ 4 ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ 26 ଟି ଗେଟ ଖୋଲା ଯାଇଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାର ପୁରାପୁରି ପୂର୍ଣ୍ଣ ହେବା ସ୍ଥିତିରେ ରହିଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ କ୍ରମଶଃ ଗେଟ ଖୋଲା ଯାଉଛି । ବର୍ତ୍ତମାନ 26ଟି ଗେଟ ଖୋଲିଥିବା ବେଳେ ଆଗକୁ ଆହୁରି ମଧ୍ୟ ଖୋଲିପାରେ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details