ଓଡିଶା

odisha

ପୁଣି ଖୋଲିଲା ହୀରାକୁଦର 6ଟି ଗେଟ, 20ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

By ETV Bharat Odisha Team

Published : Sep 15, 2023, 5:32 PM IST

ବଢୁଛି ହୀରାକୁଦ ଜଳସ୍ତର । ଖୋଲିଲା ଆଉ 6ଟି ଗେଟ୍ । ମୋଟ 20ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଅଧିକ ପଢନ୍ତୁ

20ଟି ଗେଟ ଦେଇ ନିଷ୍କାସନ ହେଉଛି ହୀରାକୁଦର ବନ୍ୟାଜଳ
20ଟି ଗେଟ ଦେଇ ନିଷ୍କାସନ ହେଉଛି ହୀରାକୁଦର ବନ୍ୟାଜଳ

20ଟି ଗେଟ ଦେଇ ନିଷ୍କାସନ ହେଉଛି ହୀରାକୁଦର ବନ୍ୟାଜଳ

ସମ୍ବଲପୁର: ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଆଜି ଦିନ ସାଢେ 11ଟା ସମୟରେ ହୀରାକୁଦ ଡ୍ୟାମର ଆହୁରି 6ଟି ଗେଟ ଖୋଲାଆଯାଇଛି । ଏହିଭଳି ଭାବରେ ବର୍ତ୍ତମାନ ମୋଟ 20ଟି ଗେଟ ଯୋଗେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାର ପୁରାପୁରି ପୂର୍ଣ୍ଣ ହେବା ସ୍ଥିତିରେ ରହିଛି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ଠାରୁ ଅଧିକ ପାଣି ରହିଛି । ତେଣୁ ଜଳ ନିଷ୍କାସନ ପାଇଁ 6ଟି ଗେଟ ଖୋଲାଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା କରାଣରୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି । ଏହାକୁ ନେଇ ଗତ ବୁଧବାର ଅପରାହ୍ନ 4ଟା ରେ ହୀରାକୁଦର 2ଟି ଗେଟ ଖୋଲା ଯାଇଥିଲା । ଏହାପରେ ଗତକାଲି (ଗୁରବାର) ସକାଳୁ 8ଟି ଗେଟ ଓ ଅପରାହ୍ନରେ ଆହୁରି 4ଟି ଗେଟ ଖୋଲା ଯାଇଥିଲା । ତେବେ ଆଜି ଦିନ ସାଢେ 11ଟା ସମୟରେ ଆହୁରି 6ଟି ଗେଟ ଖୋଲା ଯାଇଛି । ଏହିଭଳି ଭାବରେ ବର୍ତ୍ତମାନ ମୋଟ 20ଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 628.23 ଫୁଟରେ ପହଞ୍ଚିଛି । ଡ୍ୟାମ ପୂର୍ଣ୍ଣ ହେବା ପାଇଁ ଆଉ 2 ଫୁଟ ବି ନାହିଁ ତେଣୁ ଜଳସ୍ତରକୁ ନିୟନ୍ତ୍ରଣ କରିବାକୁ ଏହି ଗେଟ ଖୋଲା ଯିବାର ନିଷ୍ପତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଲଭଣ୍ଡାରକୁ ସେକେଣ୍ଡ ପ୍ରତି 2ଲକ୍ଷ 67 ହଜାର 167 କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ ମୋଟ 20ଟି ଗେଟ, ପାୱାର ଚେନାଲ ଯୋଗେ ସେକେଣ୍ଡ ପ୍ରତି 2ଲକ୍ଷ 67 ହଜାର 167 କ୍ୟୁସେକ ବନ୍ୟା ନିଷ୍କାସନ ହେଉଛି । ଏଗେଟ୍ ଖୋଲାଯିବା ପୂର୍ବରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଦେଇଥିଲେ । ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଇନ- ଫ୍ଲୋ ଅଢେଇ ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ ଆଜି ଅଧିକ ସଂଖ୍ୟକ ଗେଟ ଖୋଲା ଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details