ସମ୍ବଲପୁର:ପାୱାର ଚେନାଲ କୁ ଡେଇଁ ଭିସୁଟ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ l ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ସହର ରେ l ଗତ କାଲି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ର ସମାବର୍ତ୍ତିନ ଉତ୍ସବ ଥିବା ବେଳେ ଏଥିରେ ଯୋଗ ଦେବାକୁ ଆସିଥିବା ଚିନ୍ମୟୀ ପ୍ରିୟଦର୍ଶିନୀ ଗତ ରାତି ପ୍ରାୟ 10 ଟା ସମୟରେ ନିଜର ଜଣେ ବନ୍ଧୁ ଙ୍କ ସହ ବାଇକ ରେ ପାୱାର ଚେନେଲ ଆଡକୁ ବୁଲିବାକୁ ଆସିଥିଲେ l
ତେବେ ଚିନ୍ମୟୀ ଅଚାନକ ପାୱାର ଚେନେଲ ର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ l ଏନେଇ ତାଙ୍କର ବନ୍ଧୁ ଭିସୁଟ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଏହା ପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ତେବେ କୌଣସି ଖୋଜ ଖବର ମିଳିନଥିଲା l ରାତି 10 ଟା ପର୍ଯ୍ୟନ୍ତ ଖୋଜା ଖୋଜି ଜାରି ରହିଥିଲା l ଆଜି ପୁଣି ଖୋଜା ଖୋଜି ଆରମ୍ଭ କରିବା ପରେ ବୁର୍ଲା ଅଗ୍ନିଶମ ବିଭାଗ ଛାତ୍ରୀଙ୍କ ମୃତ ଦେହ କୁ ଉଦ୍ଧାର କରିଛି l ବୁର୍ଲା SDPO, ଥାନା ଅଧିକାରୀ, ଭିସୁଟ କତୃପକ୍ଷ ଙ୍କ ଉପସ୍ଥିତି ରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି l
ମିଳିଥିବା ସୂଚନା ଅନୁସାରେ ମୃତଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ବଲାଙ୍ଗୀରର ମାଲପଡା ଗାଁର ଅଟନ୍ତି l ସେ ଭିସୁଟ ଆଇଟି ବିଭାଗ ରେ ସ୍ନାତକୋତ୍ତର ପାସ କରିଥିଲେ l ଗତକାଲି ଭିସୁଟ ର ସମାବର୍ତ୍ତନ ଉତ୍ସବ ଥିବା ବେଳେ ସେ ସାର୍ଟିଫିକେଟ ନେବା ପାଇଁ ଆସିଥିଲେ l ତେବେ ଗତକାଲି ରାତିରେ ନିଜର ବନ୍ଧୁ ତଥା ସହପାଠୀ ପ୍ରୀତିମାନ ଦେଙ୍କ ସହ ସେ ମନ ଭଲ ନଥିବା କହି ପାୱାର ଚେନେଲ ଆଡକୁ ବୁଲିବାକୁ ଆସିଥିଲେ l ତେବେ କିଛି ସମୟ କଥା ହେବା ପରେ ସେ ଅଚାନକ ପାୱାର ଚେନେଲ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ସୂଚନା ମିଳିଛି l