ଓଡିଶା

odisha

Sorry Maa, I Quit ଲେଖି ଜୀବନ ହାରିଲେ ଛାତ୍ର

By ETV Bharat Odisha Team

Published : Oct 20, 2023, 9:06 PM IST

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଛାତ୍ରର ସନ୍ଦେହଜନକ ମତ୍ୟୁ । ଛାତ୍ରର ରୁମରୁ ମିଳିଲା ସୁସାଇଡାଲ ନୋଟ । ଅଧିକ ପଢନ୍ତୁ

ଛାତ୍ରର ରୁମରୁ ମିଳିଲା ସୁସାଇଡାଲ ନୋଟ
ଛାତ୍ରର ରୁମରୁ ମିଳିଲା ସୁସାଇଡାଲ ନୋଟ

ଛାତ୍ରର ରୁମରୁ ମିଳିଲା ସୁସାଇଡାଲ ନୋଟ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଛାତ୍ରର ସନ୍ଦେହଜନକ ମୃତଦେହ ଠାବ ମାମଲା । ଏନେଇ ପୋଲିସର ତଦନ୍ତ ଜାରି । ତେବେ ପ୍ରାଥମିକ ତଦନ୍ତରୁ ଏହା ଛାତ୍ର ଘନଶ୍ୟାମ କରୁଆ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଚାକିରି ନମିଳିବା ଚିନ୍ତା ଓ ଅବସାଦରୁ ଏହି ଆତ୍ମହତ୍ୟା ହୋଇଥିବା ପୋଲିସ ସୂଚନା ଦେଇଛି ।

ଏହାସହ ପୋଲିସକୁ ଏକ ସୁସାଇଡାଲ ନୋଟ ମଧ୍ୟ ଛାତ୍ରର ରୁମରୁ ମିଳିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୋଲିସ ମୃତଦେହକୁ ଆଜି ବ୍ୟବଚ୍ଛେଦ କରିଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଏହାସହ ପୋଲିସ ଛାତ୍ରଙ୍କ ରୁମମେଟମାନଙ୍କୁ ମଧ୍ୟ ପଚରାଉଚରା କରିଛି । ତେବେ ଆସନ୍ତୁ ଦେଖିବା ସୁସାଇଟ ନୋଟରେ କଣ ଲେଖା ହୋଇଛି ।

ସୁସାଇଟ ନୋଟରେ ପ୍ରଥମ ଧାଡିରେ ଲେଖା ହୋଇଛି ‘‘ ସରି ମା, ଆଇ କୁଇଟ ‘sorry maa, i quit’ । ତାପରେ ସମ୍ବଲପୁରୀ ଭାଷାରେ ଲେଖା ହୋଇଛି, " ମା ମୁଇଁ ତତେ ଖୋବ୍ ଭଲ ପାଇସି । ବହୁତ ଟେ ପରୀକ୍ଷା ଦେଲି । କେଣ୍ଟା ଭି କ୍ଲିୟର ନାଇଁ ହେବାର । ମତେ ଖୋବ ଖରାପ ଲାଗୁଛେ ଗୋ । ଖାଲି ଓଡିଶା ପୋଲିସ କ୍ଲିୟର ହୋଇଥିଲା ଯେନଟା ମୁଇଁ ଜାନିକରି ଯଏନ ନାଇଁ କଲି । ମୋର ଇ ଷ୍ଟେପ ନେବାର ପଛେ କାହାର ବି ହାତ ନାଇନ । ମୁଇଁ ପୋଲିସ ଡିପାଟମେଣ୍ଟକୁ ଅନୁରୋଧ କରମୀ, ଯେ ମୋର ଡେଥ୍ ପରେ ମୋର ପରିବାର ମୋର ମା, ଦାଦା,ବାପାଙ୍କୁ ହଇରାଣ ନାଇଁ କରାଯାଉ । ମା, ଦାଦା, ବାପା ଭଲସେ ଥିବ l ’’

ଏହା ମଧ୍ୟ ପଢନ୍ତୁ....ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଚାଲିଛି ତଦନ୍ତ

ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି, ‘‘ ଗତକାଲି (ଗୁରୁବାର) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ଫଣ୍ଡ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । ମୃତ ଯୁବକ ଘନଶ୍ୟାମଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାସହ ତାଙ୍କ ସହପାଠୀ ଓ ରୁମମେଟଙ୍କୁ ମଧ୍ୟ ପଚରାଉଚରା ଚାଲିଛି । ‘‘

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details