ଓଡିଶା

odisha

ଦାବି ପୂରଣ ନହେଲେ ଜାନୁଆରୀ 1ରୁ ରାସନ ସେବା ବନ୍ଦ ଚେତାବନୀ

By ETV Bharat Odisha Team

Published : Dec 27, 2023, 4:56 PM IST

Dealer union protest: ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ଼ିଲର ମାନଙ୍କ 9 ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି l ଦାବି ପୂରଣ ନହେଲେ ଆସନ୍ତା ଜାନୁଆରୀ ପ୍ରଥମରୁ ରାସନ ସେବା ବନ୍ଦ କରିଦେବ ବୋଲି ଚେତାବନୀ ଦେଇଛନ୍ତି l ଅଧିକ ପଢନ୍ତୁ

9 ଦଫା ଦାବୀ ନେଇ ଡ଼ିଲରଙ୍କ ପ୍ରତିବାଦ, ସେବା ବନ୍ଦ ଚେତାବନୀ ଦେଲା ସଂଘ
9 ଦଫା ଦାବୀ ନେଇ ଡ଼ିଲରଙ୍କ ପ୍ରତିବାଦ, ସେବା ବନ୍ଦ ଚେତାବନୀ ଦେଲା ସଂଘ

9 ଦଫା ଦାବୀ ନେଇ ଡ଼ିଲରଙ୍କ ପ୍ରତିବାଦ, ସେବା ବନ୍ଦ ଚେତାବନୀ ଦେଲା ସଂଘ

ସମ୍ବଲପୁର: ଆସନ୍ତା ପହିଲା ଜାନୁଆରୀରୁ ବନ୍ଦ ହୋଇଯିବ କି ରାସନ ! କାରଣ ଦାବି ପୂରଣ ନହେଲେ ଆସନ୍ତା ଜାନୁଆରୀ ପ୍ରଥମରୁ ରାସନ ସେବା ବନ୍ଦ କରିଦେବ ବୋଲି ଚେତାବନୀ ଦେଇଛି ଅଲ୍ ଇଣ୍ଡିଆ ଫେୟାର୍ ପ୍ରାଇସ୍ ସପଅ୍ ଡିଲରସ୍ ଫେଡେରେସନ୍ l ତେବେ ଫେଡେରେସନ 9 ଦଫା ଦାବି ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନଥିବା ଅଭିଯୋଗ ହୋଇଛି ।ଫଳରେ ଆଜି ସମ୍ବଲପୁରରେ ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ଦିଆ ଯିବା ସହ ଏହି ଚେତାବନୀ ଦିଆଯାଇଛି l

ଆଜି ଫେଡେରେସନ ପକ୍ଷରୁ 9 ଦଫା ସମ୍ବିଳିତ ଦାବି ପତ୍ର ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଜିଲ୍ଲା ସଭାପତି ରତିକାନ୍ତ ମହାନ୍ତି, ଉପସଭାପତି ଅମିତ ଅଗ୍ରୱାଲଙ୍କ ନେତୃତ୍ୱ ରେ ସଦସ୍ୟମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏହା ସମ୍ମୁଖରେ ପ୍ରତିବାଦ କରିଛନ୍ତି l ଡିଲରମାନଙ୍କୁ ମାସିକ ଆୟ 50 ହଜାର ଟଙ୍କା, ପୂର୍ବରୁ ବାକି ଥିବା ଡିଲରମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହାସହ ସମସ୍ତ ଡିଲରମାନଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ କରାଯାଇ 25 ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ, ଇଣ୍ଟରନେଟ ସେବା ନଥିଲେ ରାସନ ଦେବା ପ୍ରକ୍ରିୟାରେ ଅସୁବିଧା ହେଉ ଥିବାରୁ ଆଧାର କାର୍ଡ ସାହାଯ୍ୟରେ ରାସନ ପ୍ରଦାନ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯିବା, NFSA ବ୍ୟବସ୍ଥାରେ ପରିବର୍ତ୍ତନ କରି ରାସନ ସାମଗ୍ରୀରେ ଅଧିକ କିଛି ସାମଗ୍ରୀ ଅନ୍ତର୍ଭୁକ୍ତ କରାଯିବାସ ।

ଏହାସହ 1 କ୍ୱିଣ୍ଟାଲ ଖାଦ୍ୟ ଶସ୍ୟରେ ପ୍ରାୟ 1 ଏକ କେଜି କ୍ଷତି ସହିବାକୁ ପଡୁଥିଲା ବେଳେ ଏହାର କ୍ଷତି ପୂରଣ ଦାବି, କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ଡିଲରମାନଙ୍କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଆଦି ଦାବି ରଖିଛି ସଂଘ lଅନ୍ୟପଟେ ଦାବୀ ପୂରଣ ନହେଲେ ଆସନ୍ତା 1 ଜାନୁଆରୀରୁ ରାସନ ସେବାକୁ ଠପ୍ କରି ଦିଆଯିବ ବୋଲି କହିଛି ଫେଡେରେସନ l

ଏହା ମଧ୍ୟ ପଢନ୍ତୁ.....ବାଲଡା ପର୍ବତରେ ଖଣି ଖନନକୁ ବିରୋଧ, ମା' ନାଗେଶ୍ୱରୀଙ୍କ ଶରଣ ପଶିଲେ ଅଞ୍ଚଳବାସୀ

ଫେଡେରେସନ କହିଛି, "କରୋନା କାଳରେ ଡିଲରମାନେ ବହୁ ଅସୁବିଧା ସତ୍ୱେ ସାମାଜିକ ଦୂରତା ଅଵଲମ୍ବନ କରି ଜୀବନକୁ ବିପଦରେ ପକେଇ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବାଣ୍ଟିଥିଲେ l ତେବେ ଏହି ପେସା ହିଁ ଡିଲରମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ପେସା ହୋଇଥିବା ବେଳେ ଡିଲରମାନେ ଏହି ସବୁ ସମସ୍ୟା ନେଇ ଦୀର୍ଘ ଦିନ ହେଲା ସଂଘର୍ଷ କରି ଆସୁଛନ୍ତି l ଏହି 9 ଦଫା ଦାବି ନେଇ ପୂର୍ବରୁ ସରକାରଙ୍କ ଆଗରେ ଅନେକ ଥର ଦାବି କରାଯାଇଛି । ହେଲେ ଏହା ପୂରଣ ହୋଇ ନଥିବାରୁ ବର୍ତ୍ତମାନ ଫେଡେରେସନ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି l



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details