ଓଡିଶା

odisha

ଉଦାହରଣ ସୃଷ୍ଟି କଲେ ସ୍ବାଧୀନ ପ୍ରାର୍ଥୀ: ଗାଁର ବିକାଶ ପାଇଁ ଦେଲେ ଲିଖିତ ପ୍ରତିଶୃତି

By

Published : Feb 9, 2022, 1:56 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନେ ପ୍ରତିଶୃତିର ପାହାଡ ଭୋଟରଙ୍କ ସମ୍ମୁଖରେ ରଖି ମଇଦାନକୁ ଓହ୍ଲାଉଛନ୍ତି । ତେବେ ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । ଅଧିକ ପଢନ୍ତୁ

Panchayat Election : ଗ୍ରାମର ବିକାଶ ପାଇଁ  ଲିଖିତ ପ୍ରତିଶୃତି ଦେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ
Panchayat Election : ଗ୍ରାମର ବିକାଶ ପାଇଁ ଲିଖିତ ପ୍ରତିଶୃତି ଦେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ

ରାୟଗଡା:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନେ ପ୍ରତିଶ୍ରୁତି ପାହାଡ ଭୋଟରଙ୍କ ସମ୍ମୁଖରେ ରଖି ମଇଦାନକୁ ଓହ୍ଲାଉଛନ୍ତି । ତେବେ ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । କାଶୀପୁର ବ୍ଲକ 'ଖ 'ଜୋନର ସ୍ୱାଧୀନ ପ୍ରାର୍ଥୀ ରିଙ୍କି ନାୟକ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି ।

Panchayat Election : ଗ୍ରାମର ବିକାଶ ପାଇଁ ଲିଖିତ ପ୍ରତିଶୃତି ଦେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ

ସୂଚନାଅନୁସାରେ, ଗ୍ରାମରେ ପ୍ରାୟ ୩୦ ପରିବାରରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପହଞ୍ଚି ନାହିଁ ବିକାଶ। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ନିର୍ବାଚନ ସରିଲା ପରେ କୌଣସି ନେତା କିମ୍ବା ଲୋକ ପ୍ରତିନିଧିଙ୍କ ଦେଖା ମିଳୁନଥିବା ପ୍ରତିବାଦ କରି ଏହି ନିଷ୍ପତ୍ତି ନେଇଥିଲେ କଣ୍ଟାବାଞ୍ଜି ଗ୍ରାମବାସୀ । ହେଲେ ରିଙ୍କିଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ଗ୍ରାମରେ ପହଁଚି ଗ୍ରାମବାସୀଙ୍କ ସମସ୍ୟା ପଚାରିବୁଝିବା ସହ ସମାଧାନର ପ୍ରତିଶୃତି ଦେଇଛନ୍ତି ।

ପରେ ସେ ନିର୍ବାଚନରେ ବିଜୟୀ ହୁଅନ୍ତୁ କିମ୍ବା ପରାଜିତ ହୁଅନ୍ତୁ ଗ୍ରାମର ମୌଳିକ ସମସ୍ୟା ଦୂର କରିବାକୁ କହିବା ସହ ଷ୍ଟାମ୍ପ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିଶୃତି ପରେ ଗ୍ରାମବାସୀ ମାନେ ଭୋଟ ବର୍ଜନରୁ ଓହରିଥିବା ମତବ୍ୟକ୍ତ କରିଛନ୍ତି । ଭୋଟ ବର୍ଜନ ନକରିବା ପାଇଁ କହିବା ସହ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details