ଓଡିଶା

odisha

ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି, ଜାନୁଆରୀ ୧୧ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ

By

Published : Nov 18, 2022, 8:31 PM IST

ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି ଜାତୀୟ ମାନବଧିକାର କମିଶନ। ୨୦୨୩ ଜାନୁଆରୀ ୧୧ ତାରିଖରେ କମିଶନ ନିକଟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

national human rights commission issue warrant against rayagada collector
ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି, ଜାନୁଆରୀ ୧୧ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ

ରାୟଗଡ଼ା: ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି ଜାତୀୟ ମାନବଧିକାର କମିଶନ (NHRC) । କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାରେ ଅବହେଳାକୁ ନେଇ କମିଶନ ଏହି ସମନ ଜାରି କରିଛନ୍ତି । ୨୦୨୩ ଜାନୁଆରୀ ୧୧ ତାରିଖରେ କମିଶନ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବଧିକାର କମିଶନ ।

ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି, ଜାନୁଆରୀ ୧୧ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ

୨୦୨୩ ଜାନୁଆରୀ ୪ ତାରିଖ ସୁଦ୍ଧା ରାୟଗଡ଼ା ଜିଲ୍ଲାପାଳ ଯଦି ରିପୋର୍ଟ ଦାଖଲ କରନ୍ତି ତେବେ ବ୍ୟକ୍ତିଗତ ହଜାର ହେବାକୁ ପଡ଼ିବ ନାହିଁ ବୋଲି କମିଶନ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ରାୟଗଡ଼ା ବ୍ଲକ ହାଟ ଶେସଖାଲ ପଞ୍ଚାୟତ କେରାଣ୍ଡୀ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ସମସ୍ୟାକୁ ନେଇ ମାନବାଧିକାରୀ କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବିଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କମିଶନ ଦୁଇଥର ରାୟଗଡ଼ା ଜିଲ୍ଲାପାଳଙ୍କୁ ନୋଟିସ କରିଥିଲେ ।

ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି

ଏହା ମଧ୍ୟ ପଢ଼ନ୍ତୁ:ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ, ୩ଥର ଅନୁପସ୍ଥିତ ନେଇ ଜାରି ହୋଇପାରେ ଓ୍ବାରେଣ୍ଟ

ଏନେଇ ଦିଲ୍ଲୀପ କୁମାର ଦାସ କହିଛନ୍ତି, "କେରାଣ୍ଡୀ ଗ୍ରାମବାସୀ ବିଭିନ୍ନ ସମୟରେ ତାଙ୍କ ଅଧିକାରରୁ ବଞ୍ଚିତ ରହୁଛନ୍ତି । ଯାହାକି ମାନବ ଅଧିକାରର ଉଲ୍ଲଂଘନ । ଲୋକମାନେ ଯେଭଳି ମୌଳିକ ଅଧିକାରରୁ ବଞ୍ଚିତ ନରହିବେ ସେନେଇ ମୋର ଉଦ୍ୟମ ଜାରି ରହିବ ।" ଏହି ପ୍ରସଙ୍ଗ ନେଇ ଗତ ଏପ୍ରିଲ ୨୮ ଓ ଜୁନ ୬ରେ ଜିଲ୍ଲାପାଳଙ୍କୁ ନୋଟିସ ହେଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ଜିଲ୍ଲାପାଳ ଏହାର ଉତ୍ତର ନରଖିବାରୁ କମିଶନ ସମନ ଜାରି କରିଛନ୍ତି । ତେବେ ଏ ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details