ETV Bharat / state

ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ, ୩ଥର ଅନୁପସ୍ଥିତ ନେଇ ଜାରି ହୋଇପାରେ ଓ୍ବାରେଣ୍ଟ

author img

By

Published : Oct 21, 2022, 10:52 PM IST

ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ସମନ । ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ପିଟିସନର ଶୁଣାଣି ଲାଗି ଜାତୀୟ ଜନଜାତି କମିଶନ ବାରମ୍ବାର ନୋଟିସ ସତ୍ତ୍ବେ ସେ ହାଜର ହୋଇନଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ, ୩ଥର ଅନୁପସ୍ଥିତ ନେଇ ଜାରି ହୋଇପାରେ ଓ୍ବାରେଣ୍ଟ
ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ, ୩ଥର ଅନୁପସ୍ଥିତ ନେଇ ଜାରି ହୋଇପାରେ ଓ୍ବାରେଣ୍ଟ

ରାୟଗଡ଼ା: ଜାତୀୟ ଜନଜାତି କମିଶନ (National Commission for Scheduled Tribes)ଙ୍କ ନୋଟିସ ସତ୍ତ୍ବେ ହାଜର ନହେବା ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ (Rayagada Collector Swadha Dev Singh)ଙ୍କୁ ମହଙ୍ଗା ପଡ଼ିପାରେ । କମିଶନ ପକ୍ଷରୁ ୩ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ଏକ ପିଟିସନର ଶୁଣାଣି ପାଇଁ ହାଜର ହୋଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଉତ୍କଳ ଆଲୁମିନା କାରଖାନା ନିକଟରେ ଥିବା ଡିମୁଣ୍ଡି ଗ୍ରାମବାସୀଙ୍କୁ ଏକ ପିଟିସନର ଶୁଣାଣି ପାଇଁ ଜାତୀୟ ଜନଜାତି କମିଶନ ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ ଜାରି କରିଛନ୍ତି । ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଜାତୀୟ ଜନଜାତି କମିଶନ ରାୟଗଡ଼ା ଜିଲ୍ଲାପାଳ, କମ୍ପାନୀ ସିଇଓ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ୩ଥର ସମନ କରିଛନ୍ତି । ଏହା ସତ୍ତ୍ବେ କମିଶନଙ୍କ କାର୍ଯ୍ୟାଳୟରେ ହାଜର ନ ହେବା ନେଇ କମିଶନ ସଦସ୍ୟ ଅନନ୍ତ ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଳରେ ରାୟଗଡ଼ା ଜିଲ୍ଲାପାଳଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ନେଇ ଆଶଙ୍କା ରହିଛି ।

ଉତ୍କଳ ଆଲୁମିନା ନିର୍ମାଣ ସମୟରେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ ଡିମୁଣ୍ଡି ଗ୍ରାମବାସୀ । ଫଳରେ କମ୍ପାନୀ ଦିପୁଣ୍ଡୀ ଗାଁର ଜମି ନ ନେଇ ଗାଁକୁ ଲାଗି ପାଚେରୀ ନିର୍ମାଣ କରିଥିଲା । ତେବେ ଦିମୁଣ୍ଡିଆ ନିକଟ ଦେଇ କମ୍ପାନୀ କନଭେୟର ବେଲ୍ଟ ମାଧ୍ୟମରେ ବକ୍ସାଇଟ ପରିବହନ ହେଉଥିବାରୁ ସବୁବେଳେ ଧୂଳି, ଧୂଆଁର ପ୍ରଦୂଷଣ ସୃଷ୍ଟି ହେଉଛି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ନ ଶୁଣିବା ଫଳରେ ଶେଷରେ ଗ୍ରାମବାସୀ ଜନଜାତି କମିଶନଙ୍କ ନିକଟରେ ହାଜର ହୋଇଥିଲେ ।

ଏହା ବି ପଢନ୍ତୁ- ରାୟଗଡାରେ କାର୍ଯ୍ୟକ୍ଷମ ହେବ ତୃତୀୟ ପ୍ଲାନେଟୋରିୟମ, ସୂଚନାଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

ପରେ କମିଶନ ଜୁଲାଇ ୧୯ ତାରିଖରେ ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ଦିଲ୍ଲୀରେ ଥିବା କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ପ୍ରଥମ ନୋଟିସ ଜାରି କରିଥିଲେ । କିନ୍ତୁ ପ୍ରଥମ ନୋଟିସରେ ଜିଲ୍ଲାପାଳ ନ ଯିବା ପରେ ଦ୍ବିତୀୟ ନୋଟିସ ଅଗଷ୍ଟ ୫ ତାରିଖରେ ଏବଂ ତୃତୀୟ ନୋଟିସ ଅକ୍ଟୋବର ୧୮ ତାରିଖରେ ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଏବଂ ଉତ୍କଳ ଆଲୁମିନା ସିଇଓଙ୍କୁ ଜାରି ହୋଇଥିଲା ।

ହେଲେ ତିନି ତିନୋଟି ନୋଟିସ ସତ୍ତ୍ବେ କେହି ବି ହାଜର ହୋଇନଥିବା ବେଳେ ଉତ୍କଳ ଆଲୁମିନା ପକ୍ଷରୁ ଜଣେ ଓକିଲଙ୍କ ମାଧ୍ୟମରେ କମିଶନଙ୍କ ନିକଟରେ ନିଜ ପକ୍ଷ ରଖିଥିଲେ ସୁଧା କମିଶନ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଗତ ୧୧ ତାରିଖ ଦିନ ଡିମୁଣ୍ଡି ଗ୍ରାମର ୧୨ଜଣ ସଦସ୍ୟ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକଙ୍କୁ ସାକ୍ଷାତ କରି ପୁଣି ସମସ୍ୟା ସଂପର୍କରେ ଅବଗତ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କମିଶନ ସଦସ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ସମନକୁ ବାରମ୍ବାର ଅଣଦେଖା କରିଥିବା ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏ ନେଇ ଆମେ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଏ ନେଇ କିଛି ମତାମତ ଦେବାକୁ ମନା କରିଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.