ଓଡିଶା

odisha

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

By

Published : Mar 17, 2022, 7:38 AM IST

ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ । ତିନି ଶହ କେଜି ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ
ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ରାୟଗଡା:ରାଜ୍ୟ ବାହାରକୁ ଚଲାଣ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ତିନି ଶହ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ପୋଲିସ । ପଦ୍ମପୁର ଥାନା ଅଞ୍ଚଳରୁ ଏହି ସବୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାହ୍ନୁ ସାହୁ ।

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ସୂଚନା ଅନୁଯାୟୀ ଗତକାଲି ସକାଳ ସମୟରେ ପଦ୍ମପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଯାଉଥିବା ଏକ ପିକଅପ ଭ୍ୟାନକୁ ନୂଆଗଡ ଗ୍ରାମ ପଞ୍ଚାୟତ ଡକରମା ଗ୍ରାମ ନିକଟରେ ଚଢାଉ କରିଥିଲା । ଏହା ପରେ ଭ୍ୟାନ ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତିଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଏଟିଏମ କାର୍ଡ, ଆଧାର କାର୍ଡ,ଡିଏଲ, ଆରସି ବୁକ ପୋଲିସ ଜବତ କରିଛି । ବ୍ୟକ୍ତିଙ୍କ ବିରୋଧରେ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗୁଣୁପୁର କୋର୍ଟକୁ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିଆ ଏସ.ଆଇ ଅରୁଣ କୁମାର ପାତ୍ର ଓ କେନ୍ଦୁଗୁଡା ଥାନା ଅଧିକାରୀ କିଶୋର ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details