ଓଡିଶା

odisha

ମମିତା ମେହେର ହତ୍ୟା ଘଟଣାରେ BJP ମହିଳା ମୋର୍ଚ୍ଚାର ବିକ୍ଷୋଭ

By

Published : Oct 20, 2021, 10:48 PM IST

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ବିକ୍ଷୋଭ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା ଘଟଣାରେ BJP ମହିଳା ମୋର୍ଚ୍ଚାର ବିକ୍ଷୋଭ
ମମିତା ମେହେର ହତ୍ୟା ଘଟଣାରେ BJP ମହିଳା ମୋର୍ଚ୍ଚାର ବିକ୍ଷୋଭ

ରାୟଗଡା: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରି ରାୟଗଡା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ବିକ୍ଷୋଭ । ସଭାନେତ୍ରୀ ରଞ୍ଜନା ଉପାଧ୍ୟୟଙ୍କର ନେତୃତ୍ୱରେ କପିଳାସ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ବୋଲି ରଞ୍ଜନା ଉପାଧ୍ୟୟ ଅଭିଯୋଗ କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣାରେ BJP ମହିଳା ମୋର୍ଚ୍ଚାର ବିକ୍ଷୋଭ

ଧରାପଡ଼ିବା ଭୟରେ ଗୋବିନ୍ଦ ସାହୁକୁ ପୋଲିସ ଆଖି ଆଗରେ ନିଖୋଜ କରିଦିଆଗଲା। ପୋଲିସ ଏବେ ଗୋବିନ୍ଦ ସାହୁକୁ ଧରିବା ପାଇଁ କେବଳ ପୁରସ୍କାର ପରେ ପୁରସ୍କାର ଘୋଷଣା କରିଚାଲିଛି । କିନ୍ତୁ, ପ୍ରଶ୍ନ ଉଠେ ଗୋବିନ୍ଦ ସାହୁ ଜୀବିତ ମିଳିବତ? ନା ମାହାଙ୍ଗା ଡବଲ ମର୍ଡର ଅଭିଯୁକ୍ତ ଭଳି ବିଚ୍ ରାସ୍ତାରେ ତାର ମୃତ ଶରୀର ମିଳିବ? ସେତେବେଳେ ମନ୍ତ୍ରୀ ପ୍ରତାପ ଜେନା, ଏବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଏଇଟା ତ ବିଜେଡି ସରକାରଙ୍କ ପ୍ରମାଣ ହଟେଇ ଘଟଣା ଚାପେଇବାର ପୁରୁଣା ଫର୍ମୁଲା । ଏଣୁ ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଭାନୁମତି ମୁଦୁଲି, ଜି. ରାଜେଶ୍ୱରୀ, ପୁଷ୍ପା ଗିରି ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details