ଓଡିଶା

odisha

ଅଗ୍ନିପଥ ହିଂସା ପଛରେ ରାଜନୀତି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

By

Published : Jun 21, 2022, 9:00 PM IST

ଅଗ୍ନିପଥ ଯୋଜନା ହିଂସାକାଣ୍ଡକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଏହା ପଛରେ ରାଜନୀତି ରହିଥିବା କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଅଗ୍ନିପଥ ହିଂସା ପଛରେ ରାଜନୀତି ରହିଛି: କେନ୍ଦ୍ରମନ୍ତ୍ରୀ
ଅଗ୍ନିପଥ ହିଂସା ପଛରେ ରାଜନୀତି ରହିଛି: କେନ୍ଦ୍ରମନ୍ତ୍ରୀ

ପୁରୀ:ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଛି । ଯୋଜନା ପ୍ରତ୍ୟାହାର ଦାବିରେ ଅନେକ ରାଜ୍ୟରେ ହିଂସାକାଣ୍ଡ ଘଟି ଶତାଧିକ କୋଟିର ଜାତୀୟ ସମ୍ପତ୍ତି ନଷ୍ଟ ହୋଇଛି । ବିଶେଷକରି ହିଂସା ପ୍ରଦର୍ଶନରେ ସବୁଠୁ ଅଧିକ କ୍ଷତି ସହିଛି ଭାରତୀୟ ରେଲୱେ । ଯାହାକୁ ଘୋର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ଅଗ୍ନିପଥ ହିଂସା ପଛରେ ରାଜନୀତି ରହିଛି: କେନ୍ଦ୍ରମନ୍ତ୍ରୀ

ସେ କହିଛନ୍ତି, ''ଏହି ହିଂସା ପଛରେ ରାଜନୀତି ରହିଛି । ଯୁବକଙ୍କୁ ଭୁଲ ବାର୍ତ୍ତା ଦେଇ ହିଂସାକାଣ୍ଡ ଘଟାଯାଇଛି । ଦେଶ ମାତୃକାର ସେବା ପାଇଁ ଅନ୍ୟ ଦେଶରେ ମଧ୍ୟ ଏଭଳି କିଛି ବ୍ୟବସ୍ଥା ରହିଛି । ଶତ୍ରୁ ରାଷ୍ଟ୍ରର ମୁକାବିଲା ନିମନ୍ତେ ଯୁବପିଢ଼ିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ ରଖିବାକୁ ବିଭିନ୍ନ ରାଷ୍ଟ୍ର ଅଗ୍ନିପଥ ଭଳି ବ୍ୟବସ୍ଥା କରିଛନ୍ତି ।''

''ଯେଉଁମାନେ କାଶ୍ମୀରରୁ 370 ଧାରା ଉଚ୍ଛେଦ ଏବଂ ତିନି ତଲାକକୁ ବିରୋଧ କରିଥିଲେ ସେହି ଅରାଜକତା ଶକ୍ତିଙ୍କ ପାଖରେ କୌଣସି ମୁଦ୍ଦା ନ ଥିବାରୁ ଅଗ୍ନିପଥ ଯୋଜନାକୁ ବିରୋଧ ପୂର୍ବକ ଯୁବପିଢ଼ିଙ୍କୁ ଉସୁକାଇ ହିଂସାକାଣ୍ଡ ଭିଆଉଛନ୍ତି । ହେଲେ ଏହାର କୌଣସି ପ୍ରଭାବ ପଡ଼ିବନି । କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ ଅଭିମୁଖ୍ୟ ରଖିଛନ୍ତି ।''

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ତାତ୍ସଲ୍ୟ କରିଛନ୍ତି ବିଶେଶ୍ବର ଟୁଡୁ । ଗତ 22 ବର୍ଷ ହେବ ରାଜ୍ୟର ଆଖିଦୃଶିଆ ବିକାଶ ହୋଇ ପାରିନଥିବାବେଳେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ସଫଳତା ନେଇ ରୋମ ଗସ୍ତ କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ABOUT THE AUTHOR

...view details