ଓଡିଶା

odisha

ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

By ETV Bharat Odisha Team

Published : Dec 25, 2023, 8:18 PM IST

Heavy Rush In Shreemandir: ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କର ଅସମ୍ଭାଳ ଭିଡ । ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଭକ୍ତମାନେ ପ୍ରବେଶ କରିଥିବାବେଳେ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହୋଇଛି ପ୍ରଶାସନ । ଅଧିକ ପଢନ୍ତୁ

Heavy Rush In Shreemandir
ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼

ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼

ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କର ଅସମ୍ଭାଳ ଭିଡ଼ । ବ୍ୟାରିକେଡ୍ ଠେଲି ଜୋର୍ ଜବରଦସ୍ତ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଭକ୍ତ । ବଡ଼ଦିନ ଛୁଟି ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ଫଳରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତମାନେ ଛିଡ଼ା ହୋଇ ରହୁଛନ୍ତି। ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ଠିଆହୋଇ ଧର୍ଯ୍ୟ ହରାଇବା ପରେ ଜୋର ଜବରଦସ୍ତ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।

ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ଵ ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ବିଶୃଙ୍ଖଳିତ ନହୋଇ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତଥାପି ଆଜି ଭିଡ ଅଧିକ ଥିବାରୁ ଭକ୍ତମାନେ ଧର୍ଯ୍ୟହରା ହୋଇ ଧସେଇ ପଶିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି

ଏହା ମଧ୍ୟ ପଢନ୍ତୁ...ବଡଦିନ ଛୁଟି ପାଇଁ ପୁରୀରେ ପ୍ରବଳ ଭିଡ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ପାଖେଇ ଆସୁଛି ନବ ବର୍ଷ। ବର୍ଷ ଶେଷ ହୋଇ ଆସୁଥିବାବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ଆଗକୁ ନୂଆ ବର୍ଷ ଆଉ ଏବେ ଖ୍ରୀଷ୍ଟମାସ ଛୁଟି ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେୁଛି। ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବକୁ ମିଳୁଛି। ସେପଟେ ଶାନ୍ତି ଶୃଙ୍ଖଳା, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ। ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍ ଅଫିସର, ଫୋର୍ସ ମୁତୟନ କରାଯାଇଛି । ବଡ ଦାଣ୍ଡ , ସମୁଦ୍ର କୂଳରେ ଟ୍ରାଫିକ ସୁପରିଚାଳନା, ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ୍ ମୁତୟନ କରାଯାଇଛି। ସହରର ପ୍ରମୁଖ ସ୍ଥାନରେ ପୋଲିସ୍ ଚେକିଙ୍ଗ ସହ ପାଟ୍ରୋଲିଂ ବଢାଇ ଦିଆଯାଇଛି । କୌଣସି ସ୍ଥାନରେ କିଛି ଅଘଟଣ ଘଟିଲେ ପୋଲିସର ସହାୟତା ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details