ଓଡିଶା

odisha

ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Mar 26, 2021, 6:47 PM IST

ପୁରୀ ସଦର ବ୍ଲକ ତଳଜଙ୍ଗ ନଇକୂଳ ସାହିରେ ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରରୁ ଯୁବତୀଙ୍କ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ...

ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, 7 ଅଟକ
ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, 7 ଅଟକ

ପୁରୀ: ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପୁରୀ ସଦର ବ୍ଲକ ତଳଜଙ୍ଗ ନଇକୂଳ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ସ୍ଥାନୀୟ ସ୍ବର୍ଗତ ରଘୁନାଥ ଜେନାଙ୍କ 18 ବର୍ଷୀୟା ଝିଅ ଭାରତୀ ଜେନା ହୋଇଥିବା ପରିଚୟ ମିଳିଛି ।

ମାଟି ତଳୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, 7 ଅଟକ

ଗତ 6-7 ଦିନ ତଳେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ପ୍ରେମଜନିତ ସମ୍ପର୍କକୁ ଭିତ୍ତିକରି ତାଙ୍କୁ ହତ୍ୟା କରିବା ପରେ ଅଧା ପୋଡି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ପୋଲିସ 7 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details