ଓଡିଶା

odisha

ନୂଆପଡ଼ାରେ ବଜ୍ରାଘାତ, ଚାଷ ଜମିରେ ଚାଲିଗଲା ଚାଷୀଙ୍କ ଜୀବନ

By

Published : Sep 20, 2022, 9:27 AM IST

ନୂଆପଡ଼ାରେ ବଜ୍ରାଘାତ, ଚାଷୀ ମୃତ

ନୂଆପଡ଼ାରେ ବଜ୍ରାଘାତ । ଚାଷ ଜମିରେ ଚାଷ କରୁଥିବାବେଳେ ଚାଷୀ ମୃତ । ବଜ୍ରାଘାତର ଶିକାର ହୋଇ ଚାଷ ଜମିରେ ପଡ଼ିଗଲେ ଚାଷୀ । ଅଧିକ ପଢ଼ନ୍ତୁ

ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସରଧାପୁର ଗ୍ରାମରେ ଅଘଟଣ । ଅଚାନକ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି (One dead due to lightning ) । ମୃତକଙ୍କ ନାମ ଦଶରଥ ଶବର । ସୂଚନାନୁସାରେ ଶରଧାପୁର ଗାଁ ନିକଟସ୍ଥ ନିଜ ଚାଷ ଜମିକୁ ଚାଷ କାମ ପାଇଁ ଯାଇଥିଲେ ଦଶରଥ ।

ମୃତ ଦଶରଥ ଜମିରେ କାମ କରୁଥିବା ବେଳେ ହଠାତ ପବନ ବର୍ଷା ହେବା ସହ ବିଜୁଳି ଘଡ଼ଘଡି ହୋଇଥିଲା । ଦଶରଥ ଶବର ବର୍ଷାରୁ ରକ୍ଷା ପାଇବା ପାଇଁ ଦୌଡ଼ିବା କ୍ଷଣି ବଜ୍ରାଘାତର ଶିକାର ହୋଇ ଚାଷ ଜମିରେ ପଡିଯାଇଥିଲେ । ଏ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ସେଠାରୁ ଦଶରଥଙ୍କୁ ଉଦ୍ଧାର କରି ନିକଟସ୍ଥ ଖଡ଼ିଆଳ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦଶରଥଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

ସବୁଦିନ ପରି ଦଶରଥ ଆଜି ମଧ୍ୟ ବିଲକୁ କାମ କରିବାକୁ ଯାଇଥିଲେ । ଘରକୁ ଫେରିଲେ ପରିବାର ସହ ଏକାଠି ଖାଇବେ ବୋଲି ମଧ୍ୟ କହିିକି ଯାଇଥିଲେ । ହେଲେ କିଏ ବା ଜାଣିଥିଲା ଯେ ଦଶରଥଙ୍କ ଆଉ ଘରବାହୁଡ଼ା ହେବ ନାହିଁ ବୋଲି । ଜମିକୁ ଯିବାର ଦୀର୍ଘ ସମୟ ଧରି ଦଶରଥ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା । ଏହାକୁ ନେଇ ଗ୍ରାମର କିଛି ଲୋକେ ଦଶରଥ କାମ କରୁଥିବା ଜମିକୁ ଯାଇଥିଲେ ।

ହେଲେ ସେଠାରେ ଦଶରଥ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ଘରଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦଶରଥଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଦଶରଥ ବଜ୍ରାଘାତ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଛି ବୋଲି କହିଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଛି । ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଦଶରଥଙ୍କୁ ହରାଇ ପୁରା ପରିବାର ସ୍ତବ୍ଧ ହୋଇଯାଇଛି । ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details