ଓଡିଶା

odisha

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ

By

Published : Jan 3, 2020, 5:27 PM IST

ନୂଆପଡାର ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ଖଡ଼ିଆଳଙ୍କୁ ଗିରଫ ପରେ ତୁରନ୍ତ କୋର୍ଟ ଚାଲାଣ କରାଯାଇଛି। ଅଧିକ ପଢନ୍ତୁ..

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ
ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ

ନୂଆପଡା: ନୂଆପଡା ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ଖଡ଼ିଆଳଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏଠାକାର ପୁଟୁପଡା ଅଟୋ ଚାଳକ ସୁନୀଲ ନାଇଡୁ ଏବଂ ଚେୟାରମ୍ୟାନ ବାଳକୃଷ୍ଣ ଶବରଙ୍କ ପୁତୁରା ପୁଲେନ୍ଦୁ ଶବରଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଖବର ପାଇ ଚେୟାରମ୍ୟାନ ଘଟଣାସ୍ଥଳକୁ ଯାଇ ପୁତୁରାର ସପକ୍ଷରେ ଯୁକ୍ତିତର୍କ କରି ଝଗଡାକୁ ପ୍ରୋତ୍ସାହନ ଦେଇଥିଲେ।

ଏହାସହ ଅଟୋଚାଳକ ସୁନିଲ ନାଇଡୁଙ୍କୁ ମାଡ ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଅଟୋଚାଳକ ସୁନିଲ ନାଇଡୁ ଏବଂ ସନ୍ତୋଷ ନାଇଡୁ ଖଡ଼ିଆଳ ଥାନାରେ ଏନେଇ ଶବର ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏ ଘଟଣାରେ ଚେୟାରମ୍ୟାନ ଉତକ୍ଷିପ୍ତ ହୋଇ ଥାନାକୁ ଯାଇ ପୋଲିସ ସାମ୍ନାରେ ଅଟୋଚାଳକ ସୁନିଲ ନାଇଡୁର ବାପା ସନ୍ତୋଷ ନାଇଡୁଙ୍କୁ ଥାନା ଭିତରେ ପୋଲିସ ସମ୍ମୁଖରେ ମାଡ ମାରିଥିଲେ।

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ

ପରେ ପୋଲିସ ବାଳକୃଷ୍ଣ ଶବର ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାଙ୍କୁ ଖଡ଼ିଆଳ ସବ ଜେଲକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଚେୟାରମ୍ୟାନଙ୍କ ଦବଙ୍ଗଗିରି କାରଣରୁ ତାଙ୍କ ନାଁରେ ଏକାଧିକ ମାମଲା ପୂର୍ବରୁ ରହିଥିବା ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ କହିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ବଡ ଖବର ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ଚେରମେନ ବାଳକୃଷ୍ଣ ଶବର ଖଡ଼ିଆଳ ପୋଲିସ ଦ୍ୱାରା ଗିରଫ ପରେ ତୁରନ୍ତ କୋର୍ଟ ଚାଲାଣ । ଖଡ଼ିଆଳ ପୁଟୁପଡା ଅଟୋ ଚାଳକ ସୁନୀଲ ନାଇଡୁ ଏବଂ ଚେରମେନ ବାଳକୃଷ୍ଣ ଶବର ଙ୍କ ପୁତୁରା ପୁଲେନ୍ଦୁ ଶବର ଙ୍କ ମଧ୍ୟରେ ମାଡପିଟା ଝଗଡା ହୋଇଥିଲା । ଖବର ପାଇ ଚେରମେନ ବାଳକୃଷ୍ଣ ଶବର ଘଟଣା ସ୍ଥଳକୁ ଯାଇ ପୁତୁରା ର ସପକ୍ଷରେ ଯୁକ୍ତିତର୍କ କରି ଝଗଡାକୁ ପ୍ରୋତ୍ସାହନ ଦେଇ ଅଟୋଚାଳକ ସୁନିଲ ନାଇଡୁ ଙ୍କୁ ମାଡ ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ଅଟୋଚାଳକ ସୁନିଲ ନାଇଡୁ ଏବଂ ସନ୍ତୋଷ ନାଇଡୁ ଖଡ଼ିଆଳ ଥାନାକୁ ଯାଇ ଚେରମେନ ବାଳକୃଷ୍ଣ ଶବର ଏବଂ ତାଙ୍କ ପୁତୁରା ବିରୋଧରେ ଲିଖିତ ଅଭିଯୋଗ କରିବା ପାଇଁ ଖଡ଼ିଆଳ ଥାନାକୁ ଯାଇଥିଲେ । ଏଥିରେ ଚେରମେନ ଉତକ୍ଷିପ୍ତ ହୋଇ ଥାନା କୁ ଯାଇ ପୋଲିସ ସାମ୍ନାରେ ଅଟୋଚାଳକ ସୁନିଲ ନାଇଡୁ ର ବାପା ସନ୍ତୋଷ ନାଇଡୁ ଙ୍କୁ ଥାନା ଭିତରେ ପୋଲିସ ର ସମ୍ମୁଖରେ ମାଡ ମାରିଥିଲେ । ଏନେଇ ଚେରମେନ ବାଳକୃଷ୍ଣ ଶବର ବିରୁଦ୍ଦରେ କେଶ ନମ୍ବର 373 ରେ ଏକ ମାମଲା ରୁଜୁହୋଇ ଆଇପିସି ଧାରା 341,294,323,354,506,186,427 ଆଇପିସି 34 ଦଫାରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି । ଜାମିନ ଖାରଜ ହେବାରୁ ଖଡ଼ିଆଳ ସବ ଜେଲ କୁ ପଠାଇ ଦିଆଯାଇଛି । ଇତି ପୁର୍ବରୁ ଚେରମେଙ୍କ ଙ୍କ ଦବଙ୍ଗ ଗିରି କାରଣରୁ ଏକାଧିକ ମାମଲା ମଧ୍ୟ ପୂର୍ବରୁ ରହିଥିବା ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ଶୁଚନା ଦେଇଛନ୍ତି ।Body:ସConclusion:ସସ

ABOUT THE AUTHOR

...view details