ଓଡିଶା

odisha

ନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ: 8 ବର୍ଷର ଶିଶୁ କନ୍ୟାକୁ ନିର୍ମମ ହତ୍ୟା

By

Published : Nov 2, 2019, 11:02 AM IST

ନୂଆପଡା ଜିଲ୍ଲାରେ ପରିବାର ସହିତ ସାମାନ୍ୟ ବଚସାକୁ କେନ୍ଦ୍ର କରି ମଦ ନିଶାରେ ପିତା ନିରୀହ 8 ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା

ନୂଆପଡା : ଖଡ଼ିଆଳ ଥାନା ଅନ୍ତର୍ଗତ କୋଟାମାଲ ଗାଁରେ ନିଜର 8 ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲା ପିତା । ମଦ ନିଶାରେ ବାପା ଶିଶୁ କନ୍ୟାକୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରିଛି । ଶିଶୁ କନ୍ୟାକୁ ହତ୍ୟା ପରେ ବାପା ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ସୂଚନା ଅନୁଯାୟୀ କୋଟାମାଲ ଗାଁର ମହେନ୍ଦ୍ର କେତକୀ ନାମକ ବ୍ୟକ୍ତି ପରିବାର ସଦସ୍ୟଙ୍କ ସହ ସାମାନ୍ୟ ବଚସା ହେବାରୁ ନିଶାସକ୍ତ ଅବସ୍ଥାରେ ନିଜ 8 ବର୍ଷର ସରିତା କେତକୀ ନାମକ ଶିଶୁ କନ୍ୟାକୁ ହତ୍ୟା କରିଛି । ଏନେଇ ମୃତ ଶିଶୁର ବଡବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details