ଓଡିଶା

odisha

କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା

By

Published : Sep 22, 2021, 9:54 PM IST

କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା
କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା ()

କୋଭିଡ ମହାମାରୀ ସମୟରେ ମିଶନ ଶକ୍ତି ଯୋଗାଇଛି ଜୀବିକା । ସିଲେଇ ମେସିନ ପକାଇ ଆତ୍ମନିର୍ଭରଶୀଳ ହେଲେ ଜିଲ୍ଲାର ମହିଳା । ଅଧିକ ପଢନ୍ତୁ...

ନୟାଗଡ:କୋରୋନା ସଙ୍କଟ କାଳରେ ଜୀବିକା ଦେଇଛି ମିଶନ ଶକ୍ତି । ନୟାଗଡ ଓଡଗାଁ ବ୍ଲକର ସୁନାମୁହିଁ ପଞ୍ଚାୟତର ଜୟ ଜଗନ୍ନାଥ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଏକାଧିକ ମହିଳା ମିଶନ ଶକ୍ତି ଜରିଆରେ ପାଇଛନ୍ତି ରୋଜଗାର । ସିଲେଇ ମେସିନ ପକାଇ ଅଙ୍ଗନବାଡି ଓ ସ୍କୁଲ ପିଲାଙ୍କ ପାଇଁ ପୋଷାକ ତିଆରି କରି ଆରମ୍ଭ କରିଛନ୍ତି ବ୍ୟବସାୟ l ଏହା ଛଡା ମାସ୍କ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରୟ କରି ବେଶ ଦୁଇ ପଇସା କମାଉଛନ୍ତି । ତେବେ ମହିଳା ଗୋଷ୍ଠୀର ଏଭଳି ସଫଳତାକୁ ନିକଟରେ ଟୁଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା
ସିଲେଇ ମେସିନ ଦେଇଛି ଜୀବିକା । ମିଶନ ଶକ୍ତି ଜରିଆରେ ଉପକ୍ରୁତ ହେଲେ ମହିଳା l ଗାଁର 12 ଜଣ ମହିଳା ଏକାଠି ହୋଇ ଜୟ ଜଗନ୍ନାଥ ନାମକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭ କରିଛନ୍ତି ବ୍ୟବସାୟ । ମିଶନ ଶକ୍ତି ସହାୟତାରେ ସିଲେଇ ମେସିନ ୟୁନିଟ ପକାଇ ଅଙ୍ଗନବାଡି ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି କରୁଛନ୍ତି ପୋଷାକ l ଏଗୁଡିକୁ ବ୍ଲକର ବିଭିନ୍ନ ଅଙ୍ଗନବାଡି ସେଣ୍ଟର ଏବଂ ସ୍କୁଲମାନଙ୍କୁ ଯୋଗାଇବା ସହ ବଜାରରେ ମଧ୍ୟ ବିକ୍ରୟ କରୁଛନ୍ତି । ଖାଲି ସେତିକି ନୁହେଁ, କୋରୋନା କାଳରେ ମାସ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କପଡାରେ ବିଭିନ୍ନ ପ୍ରକାର ମାସ୍କ ତିଆରି କରି ବିକ୍ରୟ କରୁଛନ୍ତି । ବ୍ୟବସାୟରୁ ମିଳୁଥିବା ଲାଭାଂଶ ବ୍ୟାଙ୍କରେ ଜମା କରିବା ସହ ନିଜ ପରିବାର ପ୍ରତି ପୋଷଣ କରିବାରେ ସକ୍ଷମ ହେଉଛନ୍ତି ।ଖାଲି ଯେ ସୁରଟ ନୁହେଁ, ନିଜ ଅଞ୍ଚଳରେ ସିଲେଇ ମେସିନ ୟୁନିଟ ପକାଇ ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହାଛଡା ମିଶନ ଶକ୍ତି ମାଧ୍ୟମରେ 12 ଜଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହୋଇପାରିଥିବାରୁ ସବୁଠୁ ମିଳୁଛି ପ୍ରଶଂସା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details