ଓଡିଶା

odisha

ପୂରଣ ହେଉନି ଦାବି, ଆନ୍ଦୋଳନ ପାଇଁ ଅମଲା ସଂଘର ସଜବାଜ

By

Published : Mar 25, 2023, 7:38 PM IST

କମଲ ଛାଡ ଆନ୍ଦୋଳନ ପାଇଁ ସଜବାଜ ଦେଲେଣି ରାଜ୍ୟ ଅମଲା ସଂଘ ଗଠନ । ଅମଲାମାନଙ୍କ ଦାବି ପୂରଣ ନକଲେ ଆଗକୁ କଲମ ଛାଡ ଆନ୍ଦୋଳନ ଚେତାବନୀ । ସରକାର ସଂଘକୁ ଗୁରୁତର ସହ ନେଉ ନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

କମଲ ଛାଡ ଆନ୍ଦୋଳନ ପାଇଁ ସଜବାଜ ଦେଲେଣି ରାଜ୍ୟ ଅମଲା ସଂଘ ଗଠନ
କମଲ ଛାଡ ଆନ୍ଦୋଳନ ପାଇଁ ସଜବାଜ ଦେଲେଣି ରାଜ୍ୟ ଅମଲା ସଂଘ ଗଠନ

କମଲ ଛାଡ ଆନ୍ଦୋଳନ ପାଇଁ ସଜବାଜ ଦେଲେଣି ରାଜ୍ୟ ଅମଲା ସଂଘ ଗଠନ

ନବରଙ୍ଗପୁର:କମଲ ଛାଡ ଆନ୍ଦୋଳନ ପାଇଁ ସଜବାଜ ଦେଲେଣି ନବରଙ୍ଗପୁର ଅମଲା ସଂଘ । ଅମଲା ସଂଘ ଗଠନ ହେବାର ଦୀର୍ଘ ୮୦ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ସରକାର ସଂଘକୁ ଗୁରୁତର ସହ ନେଉ ନଥିବା ଅଭିଯୋଗ କରିଛି ରାଜ୍ୟ ଅମଲା ସଂଘ । ଓଡିଶା ସରକାର ସଂଘର ଗୋଟିଏ ବି ଦାବି ପୂରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସଂଘ କହିଛି । ତେବେ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର ହେଉଛନ୍ତି ବୋଲି ସଂଘ ଅଭିଯୋଗ କରିଛି ।

ଆଜି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏକ ମିଳିତ ଅମଲା ମଞ୍ଚ ଗଠନ କରାଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ଉପସ୍ଥିତିରେ କୈଲାସ ଚନ୍ଦ୍ରଦାସଙ୍କୁ ନବରଙ୍ଗପୁର ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଏବଂ ଏମ୍ ବାଲ କୃଷ୍ଣ ରାଓଙ୍କୁ ଆବାହକ ଭାବେ ମନୋନୀତ କରାଯାଇଛି । ତେବେ ଅମଲା କର୍ମଚାରୀଙ୍କ ଦାବି ପୂରଣ ଦିଗରେ ରାଜ୍ୟ ମିଳିତ ଅମଲା ସଂଘ ଯାହା ଆନ୍ଦୋଳନ ପନ୍ଥା ଗ୍ରହଣ କରିବ, ତାହାକୁ ଜିଲ୍ଲା ସ୍ତରରେ ବ୍ୟାପକ କରାଯିବ ବୋଲି ଉପସ୍ଥିତ ସଭ୍ୟମାନେ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀଳାଞ୍ଚଳ ପଣ୍ଡା, ଯାଦବ ନାୟକ, ମଧୁସ୍ମିତା ଖୋସ୍ଲା, ଆଶୁତୋଷ ମହାନ୍ତି, ଦିଲ୍ଲୀପ କୁମାର ସାହୁ, ଦେବେନ୍ଦ୍ର ବିଶୋଇ, ସୂରଜ କୁମାର ସ୍ଵାଇଁ, ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

ଅଧିକ ପଢ଼ନ୍ତୁ : ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପ୍ରେସମିଟ, କହିଲେ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ

ତେବେ ଗତ ୫ ମାର୍ଚ୍ଚରେ ରାଜ୍ୟ ସଚିବାଳୟ ସେବା ବୈଠକ ଗୃହରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ ଓ ଓଡିଶା ସବରେଜିଷ୍ଟର ଅମଲା ସଂଘଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବ ମତଭେଦକୁ ଦୂରେଇ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ସାମୁହିକ ସ୍ଵାର୍ଥ ହାସଲ କରିବା ନିମନ୍ତେ ଏକତ୍ରିତ କରାଯାଇଥିଲା । ତେବେ ସରକାର ଅମଲାମାନଙ୍କ ଦାବି ପୂରଣ ନକଲେ ଆଗକୁ କଲମ ଛାଡ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ରାଜ୍ୟ ଅମଲା ସଂଘ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details