ଓଡିଶା

odisha

କୁନି ପୁଅ ପେଟରେ ବଢୁଛି ଟ୍ୟୁମର, ମା’ ଆଖିରୁ ଝରୁଛି ଲୁହ

By ETV Bharat Odisha Team

Published : Dec 29, 2023, 10:50 PM IST

Family seeks help for Tumor treatment:ସରକାରୀ ସହାୟତା ଲୋଡିଛି ମିଥୁନ । ବୟସ ମାତ୍ର ଅଢେଇ ବର୍ଷ ହେଲେ ପେଟରେ ବଢୁଛି ଟ୍ୟୁମର । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଅଧିକ ପଢନ୍ତୁ

ପୁଆ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ସରକାରୀ ସହାୟତା ଲୋଡ଼ିଲା ମାଆ
ପୁଆ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ସରକାରୀ ସହାୟତା ଲୋଡ଼ିଲା ମାଆ

ପୁଆ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ସରକାରୀ ସହାୟତା ଲୋଡ଼ିଲା ମାଆ

ନବରଙ୍ଗପୁର:ଗରିବର ଗରିବୀ ଆଜି ଦେଉଛି ଅସହ୍ୟ ଯନ୍ତ୍ରଣା । ହସ ଖୁସିର ସଂସାରରେ ଲଦି ହୋଇ ଯାଇଛି ଦୁଃଖର ପାହାଡ଼ । ନିଜ କର୍ମକୁ ନିନ୍ଦି ଭଗବାନ ଭରସାରେ ରହି ଯାଇଛନ୍ତି ପରିବାର । ଏବେ କେବଳ ଅପେକ୍ଷା ସରକାରୀ ସହାୟତାକୁ । ବୟସ ମାତ୍ର ଅଢେଇ ବର୍ଷ ହେଲେ ପେଟରେ ବଢୁଛି ଟ୍ୟୁମର । ଯନ୍ତ୍ରଣାରେ ଛଟପଟ ହେଉଛି କୋମଳମତି ଶିଶୁ ମିଥୁନ ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ପଞ୍ଚାୟତ ଅନ୍ତର୍ଗତ ସାଗରମୁଣ୍ଡା ଗ୍ରାମରୁ । ହେଲେ ଅର୍ଥ ଅଭାବରୁ ମିଥୁନର ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ ।ତେବେ ସରକାରଙ୍କ ମାଳ ମାଳ ସରକାରୀ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ସୂଚନାଯୋଗ୍ୟ ସାଗରମୁଣ୍ଡା ଗ୍ରାମରେ ରହୁଥିବା ଦଶରଥଙ୍କ ନାତୀ ହେଉଛି ମିଥୁନ ।ଶିଶୁଟିର ଦୀର୍ଘ ଦିନ ହେବ ପେଟରେ ମାଂସ ପିଣ୍ଡୁଳା ବଢୁଥିବାରୁ ଚିନ୍ତାରେ ପୂରା ପରିବାର ।ଏହାରି ଭିତରେ ବିଭିନ୍ନ ହସ୍ପିଟାଲରେ ଦେଖାଇଥିଲେ ମଧ୍ୟ ଅର୍ଥ ଅଭାବ କାରଣରୁ ଉତ୍ତମ ଚିକିତ୍ସା ମିଳିପାରୁ ନାହିଁ । ଦଶରଥ ମଧ୍ୟ ଜଣେ ପକ୍ଷାଘାତ ରୋଗୀ ।ଏହାରି ଭିତରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଦଶରଥଙ୍କ ଝିଅ ଚନ୍ଦ୍ରିକା ସଉରାକୁ ପାପଡାହାଣ୍ଡି ବ୍ଲକର ମିନକେତନ ସଉରାଙ୍କୁ ୫ ବର୍ଷ ପୂର୍ବେ ବାହା ଦେଇଥିଲେ ।ପରେ ଦେଢ଼ ବର୍ଷ ପୂର୍ବେ ଚନ୍ଦ୍ରିକାଙ୍କ କୋଳରେ ଶିଶୁ ପୁତ୍ର ବା ମିଥୁନ ସୈରା ଜନ୍ମ ହେଇଥିଲା । ଘରକୁ ଛୋଟ ଛୁଆ ଟିଏ ଆସିଲେ ବୁଢା ବା ତା ସହ ଖେଳ କୁଦ କରିବାର ଆଶା ବାନ୍ଧି ବସିଥିଲେ । ହେଲେ ଘରକୁ କୁନି ଛୁଆ ଟିଏ ଆସିଲା ସତ କିନ୍ତୁ ବିଧାତା ଲେଖିଥିଲା ଦୁଃଖର କାହାଣୀ । କିଛି ଦିନ ପରେ ମିଥୁନର ପେଟ ଭିତରେ ଗୋଟିଏ ମାଂସ ପିଣ୍ଡୁଳା ବଢ଼ିବାର ଦେଖା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ ......ଜୀବନ ଯୁଦ୍ଧରେ ଏକା କରି ଚାଲିଗଲେ ବାପା ମା’, ଅପରେସନ ପାଇଁ ସହାୟତା ଅପେକ୍ଷାରେ ରମେଶ

ଅନ୍ୟପଟେ ବୟସ ବଢ଼ିବା ସହ ପେଟରେ ଥିବା ମାଂସ ପିଣ୍ଡୁଳା ମଧ୍ୟ ବଢ଼ିବାକୁ ଲାଗିଛି । ମିଥୁନକୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଡକ୍ତରଙ୍କୁ ଦେଖାଇଥିଲେ । ପରେ ଡାକ୍ତର ସେଠାରୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଦେଖେଇବା ପାଇଁ ପରାମର୍ଶ ଦେଇଥିଲେ । କୋରାପୁଟରେ ତାଙ୍କୁ କଟକର ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ କୁହାଯାଇଥିଲା lହେଲେ ସମ୍ବଳ ଅଭାବ ଯୋଗୁଁ ଏତେ ଦୂର ଯାଇପାରିନଥିଲେ ।

ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜର୍ମାନ ମେଡିକାଲରେ ମିଥୁନକୁ ଦେଖାଇଥିଲେ । ସେଠାରେ ତାର ଅସ୍ତ୍ରୋପଚାର ନିମନ୍ତେ ଡକ୍ତର କହିଥିଲେ । ହେଲେ ପାଖରେ ଅର୍ଥର ଅଭାବ । ନାତିର ବୟସ ବହୁତ କମ ଥିବା କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ଘରକୁ ଫେରି ଆସିଛନ୍ତି ପରିବାର l ଏବେ କେବଳ ସରକାରୀ ସହାୟତା ଅପେକ୍ଷାରେ ପରିବାର । ଏନେଇ ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓଙ୍କ ସହ ଯୋଗାଯୋଗ କରାଯାଇଛି । ବିଡ଼ିଓ କହିଛନ୍ତି, "ମୁଁ ମିଥୁନଙ୍କ ପରିବାରଙ୍କୁ ଭେଟିଛି । ଏହାକୁ ଗୁରୁତର ସହ ନେଇ ଯଥାଶୀଘ୍ର ସରକାରୀ ସାହାଯ୍ୟ ସୁବିଧା ଯୋଗାଇ ଦିଆଯିବ ।"

ଇଟିଭି ଭାରତ ,ନବରଙ୍ଗପୁର

ABOUT THE AUTHOR

...view details