ETV Bharat / state

ଜୀବନ ଯୁଦ୍ଧରେ ଏକା କରି ଚାଲିଗଲେ ବାପା ମା’, ଅପରେସନ ପାଇଁ ସହାୟତା ଅପେକ୍ଷାରେ ରମେଶ

author img

By ETV Bharat Odisha Team

Published : Nov 22, 2023, 8:45 PM IST

ସାହାଯ୍ୟ ମାଗୁଛି ବାପାମାଆ ଛେଉଣ୍ଡ ରମେଶ । ପିଲାଟି ଦିନରୁ ଦିବ୍ୟାଙ୍ଗ । ବାମ ଗୋଡ ଆଣ୍ଠୁ ନିକଟରୁ ପଛକୁ ବଙ୍କା ହୋଇ ରହିଯାଇଥିବା ବେଳେ ଗଡୋର ଅସ୍ତ୍ରୋପଚାର ପାଇଁ ସରକାରଙ୍କୁ ନିବେଦନ କରିଛି ରମେଶ । ଅଧିକ ପଢ଼ନ୍ତୁ

ସହାୟତା ଅପେକ୍ଷାରେ ବାପାମାଆ ଛେଉଣ୍ଡ ରମେଶ
ସହାୟତା ଅପେକ୍ଷାରେ ବାପାମାଆ ଛେଉଣ୍ଡ ରମେଶ

ସହାୟତା ଅପେକ୍ଷାରେ ବାପାମାଆ ଛେଉଣ୍ଡ ରମେଶ

ମାଲକାନଗିରି: ହସିବା ଖେଳିବା ବୟସରେ ଲଦି ହୋଇଗଲା ଦୁଃଖର ପାହାଡ଼ । ଭଗବାନ କେତେ ଯେ ନିଷ୍ଠୁର ତାର ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ମାଣ୍ଡି ସାହିର ୧୫ ବର୍ଷୀୟ ରମେଶ ଖେମୁଡୁ ପାଖରେ । ପିଲାଟି ଦିନରୁ ଦିବ୍ୟାଙ୍ଗ । ବାମ ଗୋଡ ଆଣ୍ଠୁ ନିକଟରୁ ପଛକୁ ବଙ୍କା ହୋଇ ରହିଯାଇଛି । ହେଲେ ଏତିକିରେ ରମେଶ ଦୁଃଖ ସରିନଥିଲା । ଦୁଇ ବର୍ଷ ପୂର୍ବେ ରମେଶର ମାଆ ଆରପାରିକୁ ଚାଲିଯାଇ ଥିଲେ । ବାପା ମହେଶ୍ବର ଖେମୁଡୁ ଜଣେ ଦିନମଜୁରିଆ ଭାବେ କାମ କରିଥିବା ବେଳେ ବାପାଙ୍କ ଭରଷାରେ ଥିଲେ ରମେଶ । ଆଗକୁ ରମେଶଙ୍କ ଗୋଡର ଅସ୍ତ୍ରୋପଚାର କରାଯିବା କଥା ବାପା ତାଙ୍କୁ କହିଥିଲେ । ହେଲେ ମାଆ ଭଳି ବାପା ମଧ୍ୟ ରମେଶଙ୍କୁ ଠକି ଆରପାରିକୁ ଚାଲିଗଲେ । ଏପରି ପରିସ୍ଥିତିରେ ଗଡୋର ଅସ୍ତ୍ରୋପଚାର ପାଇଁ ସରକାରଙ୍କୁ ନିବେଦନ କରିଛି ରମେଶ ।

ଏତେ ଦୁଃଖ ପରେ ମଧ୍ୟ ଭାଙ୍ଗି ପଡିନାହାନ୍ତି ରମେଶ । ଗୋଟିଏ ଗୋଡରେ ଡେଇଁ ଡେଇଁ ନିଜ କାମ ନିଜେ କରିବା ସହ ଗୋଟିଏ ଗୋଡରେ ସାଇକେଲ୍ ଚଲାଇ କଲେଜ ଯିବା ଓ ବଜାର ବାଟ ମଧ୍ୟ ଯାଉଛି । ରମେଶର ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବା ବେଳେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ରହି ପାଠ ପଢୁଥିବା ଦେଖିବାକୁ ମିଳିଛି । ସାହି ପଡିଶା ତାର ଖାଇବା ବ୍ୟବସ୍ଥା କରୁଥିବା କହିଛନ୍ତି । ରମେଶକୁ ମଧୁବାବୁ ପେନସନ ଜୋଜନାରେ ବିକଳାଙ୍ଗ ଭତ୍ତା ୫୦୦ ଟଙ୍କା ଓ ଦୁଇ ବର୍ଷ ପୂର୍ବେ ଏକ ତିନିଚକିଆ ସାଇକେଲ୍ ମିଳିଥିଲା । ଯାହାକି ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ।

ସେହିଭଳି ବାପାଙ୍କୁ ମିଳୁଥିଲା ମାସିକୁ ୧୫ କେଜି ଟଙ୍କିକିଆ ଚାଉଳ, ବାପା ମଲାପରେ ସେ ଚାଉଳ ମିଳିବକି ନାହିଁ ଠିକ୍ ନାହିଁ । ସେପଟେ କୋରାପୁଟ ଜିଲ୍ଲା ମାଛକୁଣ୍ଡରେ ରହୁଥିବା ରମେଶର ବଡବାପା ବଡମାଆ ବାପା ମଲାପରେ ରମେଶ ପାଖରେ ଆସି ରହିଛନ୍ତି । କିନ୍ତୁ ସେମାନେ ବି ସବୁବେଳେ ତା ନିକଟରେ ରହି ପାରିବେନି । ତେଣୁ ରମେଶ ଭଲ ପାଠ ପଢୁଛି । ତାର କେହି ନଥିବାରୁ ତା ଗୋଡ ଅପେରେସନ୍ ପାଇଁ ସରକାର ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ରମେଶର ବଡ଼ବାପା ।

ଏହା ମଧ୍ୟ ପଢ଼ନ୍ତୁ........ଦିବ୍ୟାଙ୍ଗ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା, ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ

ସେହିଭଳି ଆଖପାଖ ସାହି ପଡିଶା ଲୋକ ମଧ୍ୟ ରମେଶର ସହାୟତା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ନେଇ ଅବଗତ ଅଛନ୍ତି । ତାକୁ ସାମାଜିକ ସୁରକ୍ଷା ଯୋଜନାରେ ପ୍ରତିମାସ ୫୦୦ଟଙ୍କା ଭତା ଦବା ସହ ବାଣୀଶ୍ରୀ ସ୍କଲାରସିପ୍‌ରେ ଅନ୍ତର୍ଭୁକ୍ତ କରାଯାଇ ତାହାର ସୁବିଧା ଯୋଗାଇ ଦିଆଯାଇଛି । ସେହିଭଳି ତାର ଅସ୍ତ୍ରୋପଚାର ପାଇଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କଥାହୋଇ RBSKY ଯୋଜନାରେ ଅନ୍ତର୍ଭୁକ୍ତ କରି ଯଥା ଶୀଘ୍ର ଅସ୍ତ୍ରୋପଚାର କରାଜିବ ଓ ରମେଶକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଅସହାୟ ରମେଶଙ୍କୁ ସହାୟତାର ହାତ ବଢାଉଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.