ଓଡିଶା

odisha

ତଣ୍ଡାଗୁଡା ଟେରାକୋଟା କେନ୍ଦ୍ର ପରିଦର୍ଶନ କଲେ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶକ

By

Published : Sep 19, 2021, 8:14 PM IST

ତଣ୍ଡାଗୁଡା ଟେରାକୋଟା କେନ୍ଦ୍ର ପରିଦର୍ଶନ କଲେ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ
ତଣ୍ଡାଗୁଡା ଟେରାକୋଟା କେନ୍ଦ୍ର ପରିଦର୍ଶନ କଲେ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ()

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିସ୍ଥିତ ତଣ୍ଡାଗୁଡା ଟେରାକୋଟା କେନ୍ଦ୍ର ପରିଦର୍ଶନ କଲେ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ । ଅଧିକ ପଢନ୍ତୁ...

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକର ତଣ୍ଡାଗୁଡା ଠାରେ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଇଏମଏମଟି ଭୁବନେଶ୍ଵର ଓ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ ଡେରାଡୁନ ଦ୍ଵାରା ସ୍ଥାପିତ ଉନ୍ନତ ଧରଣର କୁମ୍ଭାର ଭାଟି ପରିଦର୍ଶନ କରିଛନ୍ତି ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ । ସାମ୍ପ୍ରତିକ ବଜାର ଚାହିଦାକୁ ଲକ୍ଷ୍ୟ କରି ନୂତନ ଡିଜାଇନ୍ ପ୍ରସ୍ତୁତ କଲେ ଅଧିକ ଲାଭବାନ ହୋଇପାରିବେ ବୋଲି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ କହିଛନ୍ତି ।

ତଣ୍ଡାଗୁଡା ଟେରାକୋଟା କେନ୍ଦ୍ର ପରିଦର୍ଶନ କଲେ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶକ

କୋରୋନା ସମୟରେ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ ଅଗ୍ରଓ୍ବାଲ । ସେହିପରି ମହିଳାମାନଙ୍କୁ ନୂତନ ଡିଜାଇନ୍ ସହିତ ଚାହିଦା ମୁତାବକ ମାଟିର ବାସନ ସାମଗ୍ରୀ ପ୍ରସ୍ତୁତ କରିବା ଓ ସମସ୍ତ ମାଟି ତିଆରି ସାମଗ୍ରୀର ନମୁନା ପ୍ରଦର୍ଶନ କରିବା ପାଇଁ ଅରବିନ୍ଦ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛ ।

ଜିଲ୍ଲାପାଳ ଡ.ଅଜିତ୍ କୁମାର ମିଶ୍ର ଜିଲ୍ଲାରେ ଥିବା ଟେରାକୋଟା, ଆଦିବାସୀ ଅଳଙ୍କାରର ଆଦର ସମ୍ପର୍କରେ ସୂଚନା ଦେଇଥିଲେ । ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ କୁମାର ଅଗ୍ରୱାଲ ଡିଜିଟାଲ ମାର୍କେଟ ସହ ନବରଙ୍ଗପୁରର ସ୍ଵତନ୍ତ୍ର ବ୍ରାଣ୍ଡ କରିପାରିଲେ ଅଧିକ ଲାଭ ମିଳିପାରିବା ନେଇ ମତ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ଓରମାସର ଉପ କାର୍ଯ୍ୟନିର୍ବାହୀ ଏ.ଉମା ମହେଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏ.ଗୀତା ଓ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କ ସହ ଅନେକ କୁମ୍ଭକାର ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details