ଓଡିଶା

odisha

ପୁଣି ଚର୍ଚ୍ଚାରେ ବିଧାୟକ: ମହିଳାଙ୍କୁ ରେନକୋଟ୍-ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

By

Published : Aug 2, 2021, 6:25 PM IST

Updated : Aug 2, 2021, 7:10 PM IST

ଅଞ୍ଚଳର ସମସ୍ୟାକୁ ତୁରନ୍ତ ସଫଳତାର ସହ ମୁକାବିଲା କରି ଚର୍ଚ୍ଚାରେ ରହିଆସିଛନ୍ତି ବିଧାୟକ । ଏବେ ମହିଳାଙ୍କୁ ବର୍ଷା ଦାଉରୁ ରକ୍ଷା ପାଇଁ ଛତା ଆଉ ପିଲାମାନଙ୍କୁ ବିସ୍କୁଟ ବାଣ୍ଟି ଉଦାହରଣ ପାଲଟିଛନ୍ତି । ଅଧିକ ପଢନ୍ତୁ...

ପୁଣି ଚର୍ଚ୍ଚାରେ ବିଧାୟକ: ମହିଳାଙ୍କୁ ରେନକୋଟ୍-ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ
ପୁଣି ଚର୍ଚ୍ଚାରେ ବିଧାୟକ: ମହିଳାଙ୍କୁ ରେନକୋଟ୍-ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ନବରଙ୍ଗପୁର: ବିଧାୟକଙ୍କ ଅଭିନବ ପ୍ରୟାସ । ଅଞ୍ଚଳବାସୀଙ୍କ ମନରେ ଉଦାହରଣ ସୃଷ୍ଟି କରିଛନ୍ତି ବିଧାୟକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ମନୋହର ରନ୍ଧାରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବେଳେ ଗତ ରବିବାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବାକୁ ପସନ୍ଦ କରୁଥିବା ଏହି ବିଧାୟକ ଏବେ ଆଉ କେତେକ ଉନ୍ନୟନ୍ନମୂଳକ କାର୍ଯ୍ୟକ୍ରମମାନ ହାତକୁ ନେଇଥିବାର ଦେଖିବାକୁ ମିଳିଛି ।

ପୁଣି ଚର୍ଚ୍ଚାରେ ବିଧାୟକ: ମହିଳାଙ୍କୁ ରେନକୋଟ୍-ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଏବେ ବର୍ଷା ଋତୁରେ ଅଧିକାଂଶ ମହିଳାମାନେ ଶସ୍ୟକ୍ଷେତ୍ରକୁ କାମ କରିବାକୁ ଯାଉଥିବା ବେଳେ ବର୍ଷା ଦାଉରୁ ମହିଳା ମାନଙ୍କୁ ସୁରକ୍ଷା ଦେବାକୁ ରେନକୋର୍ଟ, ଚା', ବିସ୍କୁଟ ବଣ୍ଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଆଗକୁ ଜାରି ରହିବ ବୋଲି କହିଛନ୍ତି ବିଧାୟକ । ସେହି ଗ୍ରାମରେ ପାଠ ପଢୁଥିବା କୁନି କୁନି ପିଲାମାନଙ୍କୁ ଭେଟି ସେମାନଙ୍କୁ ସ୍କୁଲ ବ୍ୟାଗ, ପେନ ଏବଂ ଡ୍ରେସ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ବୃଦ୍ଧ ଓ ଵୃଦ୍ଧା ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବର୍ଷା ଦିନ ପାଇଁ ଛତା ବଣ୍ଟନ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସେପଟେ ପ୍ରଥମ ଦିନରେ ପାପଡାହାଣ୍ଡି ଶିବ ମନ୍ଦିର ସମ୍ମୁଖରେ ବିଧାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପାପଡାହାଣ୍ଡି ନୂଆ ସାହି, ମେନ ରୋଡ଼ ଓ ଭିତର ସାହିର ପାଠ ପଡୁଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ବ କୁନି କୁନି ପିଲାଙ୍କୁ ସ୍କୁଲ ବ୍ୟାଗ, ପେନ ଏବଂ ଡ୍ରେସ ବଣ୍ଟନ କରିବା ସହ ବୃଦ୍ଧ ଓ ଵୃଦ୍ଧାମାନଙ୍କୁ ଛତା ବଣ୍ଟନ କରିଛନ୍ତି ।

ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ବେଶ ଉତ୍ସାହର ସହ ଗ୍ରହଣ କରିଥିବାବେଳେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Aug 2, 2021, 7:10 PM IST

ABOUT THE AUTHOR

...view details