ବାରିପଦା:ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana)ରେ କରୁଥିବା ଘୋଟାଲାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।
ଶୁକ୍ରବାର ଜିଲ୍ଲା ବିଜେପି ପକ୍ଷରୁ ବାରିପଦା ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ରାଜ୍ୟ ତମାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘୋଟାଲାକୁ ନେଇ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ କରିଛି । ହେଲେ ସେସବୁକୁ ଅଣଦେଖା କରି ରାଜ୍ୟ ସରକାର ଆବାସ ଗୃହ ପାଇଁ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି । କେନ୍ଦ୍ର ସରକାର ହିତାଧିକାରୀଙ୍କ ତାଲିକା ଯୋଡିବା ପାଇଁ ତୃତୀୟ ଥର ପୋର୍ଟାଲ ଖୋଲିଥିବା ବେଳେ ରାଜ୍ୟ ସରକାର ଉକ୍ତ ସମୟ ସୀମା ମଧ୍ୟରେ ପୂରଣ ନକରି ଓଲଟା କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି । ବର୍ତ୍ତମାନ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।